ବିଜେପି ପ୍ରାର୍ଥୀ ଋତୁ ତାୱଡେ ହେଲେ BMC ମେୟର, ଶିବସେନାର ସଞ୍ଜୟ ଘାଡ଼ି ଉପମେୟର

ବିଜେପି-ପ୍ରାର୍ଥୀ-ଋତୁ-ତାୱଡେ-ହେଲେ-bmc-ମେୟର,-ଶିବସେନାର-ସଞ୍ଜୟ-ଘାଡ଼ି-ଉପମେୟର

ମୁମ୍ବାଇ ୧୧।୨: ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ନିର୍ବାଚନ ପରେ ସମସ୍ତଙ୍କ ନଜର ମୁମ୍ବାଇର ମେୟର ପଦକୁ ନେଇ ଥିଲା। ନିର୍ବାଚନରେ ବିଜୟ ପରେ ବିଜେପି ସ୍ପଷ୍ଟ କରିଦେଇଥିଲା ଯେ ମେୟର ଆମ ପାର୍ଟିରୁ ହେବେ। ସେହି କଥା ବୁଧବାର ଅଧିକାରୀକ ରୂପେ ସତ୍ୟ ସାବ୍ୟସ୍ତ ହୋଇଛି। ବିଜେପିର ଋତୁ ତାୱଡେ ମୁ୍ବାଇ ମେୟର ହୋଇଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନାର ସଞ୍ଜୟ ଘାଡ଼ି ଉପମେୟର ନିର୍ବାଚିତ ହୋଇଛନ୍ତି। ମୁମ୍ବାଇ ମେୟର ଓ ଉପମେୟର ଉଭୟ ନିର୍ବିବାଦ ନିର୍ବାଚିତ ହୋଇଛନ୍ତି।

ମୁମ୍ବାଇ ବିଜେପି ସଭାପତି ଅମି ସତାମ କହିଛନ୍ତି ଯେ ପ୍ରାୟ ୪୪ ବର୍ଷ ପରେ ବିଏମସିରେ ବିଜେପି ମେୟର ହୋଇଛି। ମୁମ୍ବାଇର ଜନତା ମହାନଗରର ବିକାଶ ନିମନ୍ତେ ମହାୟୁତୀ ଉପରେ ଭରସା କରିଛନ୍ତି। ଆଜି ମହାୟୁତୀର ମେୟର ଓ ଡେପୁଟି ମେୟର ନିଯୁକ୍ତ ହୋଇଛନ୍ତି। ଏବେ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରିବାକୁ ଆମେ କାମ କରିବୁ। ଋତୁ ତାୱଡେ ଜଣେ ଅଭିଜ୍ଞ ରାଜନେତା ଓ ତାଙ୍କର ପ୍ରଶାସନ ବୋଧ ରହିଛି। ଆଶା କରୁଛୁ ସେ ମହାପୌର ଭାବେ ମହାନଗର ନିଗମର କାମକୁ ଭଲ ରୂପେ ତୁଲାଇବେ।

Mumbai | BJP’s Ritu Tawde elected unopposed as the Mayor of Brihanmumbai Municipal Corporation (BMC).

(file pic) pic.twitter.com/wNP2mf3gMZ

— ANI (@ANI) February 11, 2026

ଜାଣନ୍ତୁ ଋତୁ ତାୱଡେ କିଏ?
ଋତୁ ତାୱଡେ ମହାରାଷ୍ଟ୍ର ପ୍ରଦେଶ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷ ଅଛନ୍ତି। ନଗର ନିଗମ ବାବଦେ ତାଙ୍କର ଢେର ଅଭିଜ୍ଞତା ରହିଛି। ସେ ଅନେକ ବାର କର୍ପୋରେଟର ଭାବେ କାମ କରିଛନ୍ତି। ତାୱଡେ ପ୍ରଥମ ଥର ୨୦୧୨ ମସିହାରେ ୱାର୍ଡ ନମ୍ବର ୧୨୭ରୁ କର୍ପୋରେଟର ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୧୭ ମସିହାରେ ସେ ଘାଟକୋପର୧୨୧ ନମ୍ବର ୱାର୍ଡରୁ କର୍ପୋରେଟର ନିର୍ବାଚିତ ହୋଇଥିଲେ। ୨୦୨୫ ନିର୍ବାଚନରେ ସେ ୧୩୨ ନମ୍ବର ୱାର୍ଡରୁ ଜିତିଛନ୍ତି। ସେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଏଜୁକେସନ କମିଟିର ଚେୟାରମ୍ୟାନ ମଧ୍ୟ ଥିଲେ।

ପାର୍ଟି ଓ ସଙ୍ଗଠନରେ ଦୀର୍ଘ ଅନୁଭବ ଯୋଗୁ ତାୱଡେଙ୍କୁ ମେୟର ପଦର ମଜଭୁତ ଦାବିଦାର ମନେ କରାଯାଉଥିଲା। ସବୁଠୁ ଖାସ କଥା ଯାହା ତାହା ହେଉଛି ସେ ମରାଠା ସମୂଦାୟର ହୋଇଥିଲେ ହେଁ ଗୁଜରାଟୀ ବହୂଳ ୱାର୍ଡରୁ ବିଜୟୀ ହୋଇ ମହାନଗର ନିଗମରେ ରେକର୍ଡ କରିଛନ୍ତି।

ଏହା ବି ପଢନ୍ତୁ :-ଅଜିତ ପାଓ୍ୱାରଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ : ଡିଜିସିଏ ଏବଂ ପାଇଲଟଙ୍କ ଭୂମିକା ଉପରେ ସନ୍ଦେହ, ପୁତୁରା କହିଲେ…

Scroll to Top