ପୋଲ ଉପରୁ ଡେଇଁ ପଡିଲେ ମହିଳା, ଉଦ୍ଧାର କଲେ ମାଛ ଧରାଳି
ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା । ଉଦ୍ଧାର କଲେ ନଦୀରେ ଥିବା ମାଛ ଧରାଳି । ଏଭଳି ଘଟଣା ଘଟିଛି ଉଦଳା ଥାନା ଜିରିଡା ନଦୀ ପୋଲ ଉପରେ ।
Published By: Ruby – Prameya-News7 Bureau | February 11, 2026 06:16 PM
NEWS7
ଉଦଳା ୧୧।୨: ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା । ଉଦ୍ଧାର କଲେ ନଦୀରେ ଥିବା ମାଛ ଧରାଳି । ଏଭଳି ଘଟଣା ଘଟିଛି ଉଦଳା ଥାନା ଜିରିଡା ନଦୀ ପୋଲ ଉପରେ ।
ଏ ଖବର ବି ପଢ଼ନ୍ତୁ:- ଘରେ ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ପୂରା ପରିବାର, କଳାକନା ବୁଲାଇଦେଲେ ଚୋର
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ମେଣ୍ଢାଖାଇ ଗ୍ରାମର ରତନୀ ବେହେରା ଅଚାନକ ଭାବେ ଜିରିଡା ପୋଲ ଉପରୁ ୪୦ଫୁଟ ତଳକୁ ଡେଇଁ ପଡ଼ିଥିଲେ । ତଳକୁ ଡେଇଁବା ପରେ ସେଠାରେ ଥିବା ମାଛ ଧରାଳି ମାନେ ଏହା ଦେଖିପାରି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ସେ ପୋଲ ଉପରୁ ଡେଇଁଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।




