ପୋଲିସ ପରିଚୟରେ ବ୍ଲାକ୍‌ମେଲିଂ, ଆଦାୟ କରୁଥିଲା ମୋଟା ଅଙ୍କର ଟଙ୍କା

ପୋଲିସ-ପରିଚୟରେ-ବ୍ଲାକ୍‌ମେଲିଂ,-ଆଦାୟ-କରୁଥିଲା-ମୋଟା-ଅଙ୍କର-ଟଙ୍କା

ପୋଲିସ ପରିଚୟରେ ବ୍ଲାକ୍‌ମେଲିଂ, ଆଦାୟ କରୁଥିଲା ମୋଟା ଅଙ୍କର ଟଙ୍କା

ମହିଳା ମାନଙ୍କୁ ପୋଲିସ ଅଧିକାରୀ ପରିଚୟ ଦେଇ କରୁଥିଲା ବ୍ଲାକ୍‌ମେଲିଂ । ଏଥିସହ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରୁଥିଲା । ଶେଷରେ ପୁରୀ ସାଇବର ଥାନା ହାତରେ ଧରା ପଡ଼ିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵରର ମାନସ କୁମାର ଜେନା ।

Published By: Ruby – Prameya-News7 Bureau | February 11, 2026 02:56 PM

NEWS7

Puri News

ପୁରୀ ୧୧।୨: ମହିଳା ମାନଙ୍କୁ ପୋଲିସ ଅଧିକାରୀ ପରିଚୟ ଦେଇ କରୁଥିଲା ବ୍ଲାକ୍‌ମେଲିଂ । ଏଥିସହ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରୁଥିଲା । ଶେଷରେ ପୁରୀ ସାଇବର ଥାନା ହାତରେ ଧରା ପଡ଼ିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵରର ମାନସ କୁମାର ଜେନା । ଅଭିଯୁକ୍ତ ମାନସ ଠାରୁ ପୋଲିସ ୫ଟି ମୋବାଇଲ ଫୋନ୍, ୩୪ଟି ସିମ୍ କାର୍ଡ ସହିତ ବିଭିନ୍ନ ବ୍ୟାଙ୍କର ପାସ୍ବୁକ୍ ଜବତ କରିଛି । ପୁରୀ ଏସ୍ପି ପ୍ରତୀକ ସିଂ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଫୋନ୍ ରିସିଭ୍ କଲାନି ଲିଜା, ଘର ଭିତରେ ଏକାଠି ଦେଖି କାଟିଦେଲା…

ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନସ ନିଜକୁ ଜଣେ ପୋଲିସ ଅଧିକାରୀ ପରିଚୟ ଦେଇ ମହିଳା ମାନଙ୍କୁ ଫୋନ୍ କରି ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଦେବ ବୋଲି ବ୍ଲାକ ମେଲ୍ କରିଆସୁଥିଲା । ଗତ ୨୦୨୩ ମସିହାରେ ସମ୍ପୃକ୍ତ ମହିଳା ଜଣକ ଘଟଣାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କୁ ୨ ଲକ୍ଷ ୭୦ ହଜାର ଟଙ୍କା ମାଗିଥିବା ବେଳେ ମହିଳା ଜଣକ ୧ ଲକ୍ଷ ୪୦ ହଜାର ଟଙ୍କା ଦେବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଆହୁରି ଟଙ୍କା ମାଗିଥିଲା । ତେବେ ପୁରୀ ସାଇବର ଥାନା ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ମାନସ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ​​​​​​​କନଷ୍ଟେବଲ ନିଯୁକ୍ତି ପରୀକ୍ଷା ସମୟରେ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ

Scroll to Top