ଯୁବତୀଙ୍କୁ ୩ ବର୍ଷ ଧରି ଯୌନ ନିର୍ଯାତନା ଅଭିଯୋଗ : ସାର୍‌ଙ୍କ କଳାକାରନାମାକୁ ମ୍ୟାଡମ୍ ଚାପି ଦେଉଥିବା କହିଲେ ପୀଡ଼ିତା

ଯୁବତୀଙ୍କୁ-୩-ବର୍ଷ-ଧରି-ଯୌନ-ନିର୍ଯାତନା-ଅଭିଯୋଗ-:-ସାର୍‌ଙ୍କ-କଳାକାରନାମାକୁ-ମ୍ୟାଡମ୍-ଚାପି-ଦେଉଥିବା-କହିଲେ-ପୀଡ଼ିତା

ଯୁବତୀଙ୍କୁ ୩ ବର୍ଷ ଧରି ଯୌନ ନିର୍ଯାତନା ଅଭିଯୋଗ : ସାର୍‌ଙ୍କ କଳାକାରନାମାକୁ ମ୍ୟାଡମ୍ ଚାପି ଦେଉଥିବା କହିଲେ ପୀଡ଼ିତା

Published By : Prameya-News7 Bureau | August 15, 2025 IST

ବାରିପଦା ୧୫।୮: ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଯୌନ ନିର୍ଯାତନା ଦେଇ ଆସୁଥିଲେ ଜଣେ ସରକାରୀ ବାବୁ । କାଳେ ବାବୁଙ୍କ କାରନାମା ପଦାରେ ପଡ଼ିଯିବ ସେଥିପାଇଁ ବାବୁଆଣୀ ଯୁବତୀଙ୍କୁ ଘରୁ କୁଆଡେ ଛାଡ଼ୁନଥିଲେ । ଏନେଇ ଥାନାରେ ମାମଲା । ଅଭିଯୋଗ କରିଛନ୍ତି ପୀଡ଼ିତା ଯୁବତୀ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାରିପଦା ରେଡ଼ିଓ ଷ୍ଟେସନରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ନାଁରେ । 

ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ମୋରଡା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଇବା ଓ ବଡ଼ ହେବା ପରେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ । ହେଲେ ଝିଅକୁ ଚାକରାଣୀ କରି ଘରେ ରଖିଲେ ଆଉ ଯୌନ ଶୋଷଣ ମଧ୍ୟ କଲେ । ଏବେ ନାବାଳିକାଙ୍କୁ ୧୮ବର୍ଷ ପୁରି ସବାଳିକା ହେଲେଣି । ଯୁବତୀ ଜଣଙ୍କ ସହି ନପାରି ସେଠାରୁ ପଳାଇ ଆସି ନିଜ ଘରେ ସବୁ କଥା ପ୍ରକାଶ କରିଥିଲେ । ଗତ ଗୁରୁବାର ରାତିରେ ପରିବାର ଲୋକେ ଯୁବତୀଙ୍କୁ ନେଇ ମୋରୋଡା ଥାନାରେ ପ୍ରଥମେ ଏତଲା ଦେଇଥିଲେ । ମୋରୋଡା ପୋଲିସ ଘଟଣା ଘଟିଥିବା ବାରିପଦାର ଭଞ୍ଜପୁର ଥାନାକୁ ପଠାଇ ଦେଇଥିଲେ । ଏନେଇ ଜନୈକା ଯୁବତୀଙ୍କ ବାପାଙ୍କର ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଭଞ୍ଜପୁର ଥାନା ।

You Can Read:

ଥାନା ଅଧିକାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସ ହେପାଜତରୁ ମାରିଲେ ଚମ୍ପଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top