ଥାନା ଅଧିକାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସ ହେପାଜତରୁ ମାରିଲେ ଚମ୍ପଟ

ଥାନା-ଅଧିକାରୀଙ୍କ-ବିରୁଦ୍ଧରେ-ଗଞ୍ଜେଇ-ବ୍ୟବସାୟୀଙ୍କୁ-ହତ୍ୟା-ଅଭିଯୋଗ,-ପୋଲିସ-ହେପାଜତରୁ-ମାରିଲେ-ଚମ୍ପଟ

ଥାନା ଅଧିକାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସ ହେପାଜତରୁ ମାରିଲେ ଚମ୍ପଟ

Published By : Prameya-News7 Bureau | August 15, 2025 IST

ଭୁବନେଶ୍ବର ୧୫।୮: ପୋଲିସ ହେପାଜତରୁ ଚମ୍ପଟ ମାରିଲେ ଥାନା ଅଧିକାରୀ । ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ରାଜେଶଙ୍କ ବିରୁଦ୍ଧରେ କୋରାପୁଟ ଜୟପୁରରେ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗୁରୁବାର ୧ ନମ୍ବର ହାଟ ପଛପଟରେ ଥିବା ତାଙ୍କ ସରକାରୀ ବାସଭବନରୁ ରାଜେଶଙ୍କୁ ଉଠାଇ ଆଣିଥିଲା ଜୟପୁର ପୋଲିସ । ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ଥାନାରେ ପଚରାଉଚରା କରୁଥିଲା ପୋଲିସ । 

ରାଜେଶ ପରିସ୍ରା ଯିବା ବାହାନାରେ ବାହାରକୁ ଆସିଥିଲେ । ଏହାପରେ ରାଜେଶ ଥାନା ପରିସରରୁ ଦୌଡି ଚମ୍ପଟ ମାରିଥିଲେ । ତେବେ ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

You Can Read:

ଘରେ ଥିବା ପେଟ୍ରୋଲ ବ୍ୟାରେଲ ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top