ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ
Published By: Kirti – Prameya-News7 Bureau | February 11, 2026 09:17 AM
NEWS7
ଭୁବନେଶ୍ୱର ୧୧।୦୨ : ତ୍ରିକୋଣୀୟ ପ୍ରେମକୁ ନେଇ ନୀଳାଦ୍ରି ବିହାରରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନବନ୍ଧୁ ନାୟକ ଓରଫ ଦିନେଶ ଜଗତସିଂହପୁର ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି। ଚନ୍ଦ୍ରଶେଖରପୁର ଥାନାର ଏକ ଟିମ ସେଠାକୁ ଯାଇ ଦିନେଶକୁ ଧରି ଭୁବନେଶ୍ବର ଆଣିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ।
ତ୍ରିକୋଣୀୟ ପ୍ରେମରୁ ଗତ ୮ ତାରିଖ ରାତିରେ ଦ୍ଵିତୀୟ ପ୍ରେମିକ ସତ୍ୟବ୍ରତ ପ୍ରଧାନ ଓରଫ ବାବୁନାର ତଣ୍ଟି କାଟି ହତ୍ୟା କରିଥିଲା ପ୍ରଥମ ପ୍ରେମିକ ଦିନେଶ। ଏହି ହତ୍ୟାକାଣ୍ଡ ଘଟିଥିଲା ପ୍ରେମିକା ସମ୍ମୁଖରେ। ଦିନେଶ ନେଇଥିବା ନିଳାଦ୍ରି ବିହାର ସେକ୍ଟର-୨ ଘରେ ଏହା ଘଟିଥିଲା। ହତ୍ୟା କରି ଦିନେଶ ନିଜ ଗାଁ ବାଲିକୁଦା ଅରିଲୋକୁ ପଳାଇଥିଲା। ପୋଲିସ ଲିଜାକୁ ଜେରା କରିବା ସହ ଦିନେଶକୁ ଧରିବାକୁ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ତେବେ ଗତକାଲି ସଂଧ୍ୟାରେ ଦିନେଶ ଜଗତସିଂହପୁର ଟାଉନ୍ ଥାନରେ ଆତ୍ମସମର୍ପଣ କରିଥିଲା। ସେପଟେ କାର ମାଲିକାଣୀଙ୍କୁ ପୋଲିସ ୮ ଘଣ୍ଟା ଜେରା କରିଛି। ଖୁବଶୀଘ୍ର ପୂରା ଘଟଣା ଉପରୁ ପୋଲିସ ପରଦା ହଟାଇବ ବୋଲି ଅନୁମାନ କରାଯାଉଛି ।
ଏ ଖବର ବି ପଢନ୍ତୁ:- ସାମ୍ନାକୁ ଆସିଲା ସିସିଟିଭି… ରକ୍ତ ଜୁଡୁବୁଡୁ ହୋଇ ଜୀବନ ବିକଳରେ ଦୌଡୁଛନ୍ତି ସତ୍ୟବ୍ରତ




