ପୀତବାସ ପଣ୍ଡା ହତ୍ୟାକାଣ୍ଡ, ଅଭିଯୁକ୍ତର ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍

ପୀତବାସ-ପଣ୍ଡା-ହତ୍ୟାକାଣ୍ଡ,-ଅଭିଯୁକ୍ତର-ଜାମିନ୍-ମଞ୍ଜୁର-କଲେ-ଗଞ୍ଜାମ-ଜିଲ୍ଲା-ଓ-ଦୌରା-ଜଜ୍

ପୀତବାସ ପଣ୍ଡା ହତ୍ୟାକାଣ୍ଡ, ଅଭିଯୁକ୍ତର ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଜାମିନ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ।

Published By: Prativa – Prameya-News7 Bureau | February 11, 2026 08:14 AM

NEWS7

Pitabas Panda murder case

ବ୍ରହ୍ମପୁର ୧୧/୦୨: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଜାମିନ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ଦେଇଛନ୍ତି କୋର୍ଟ । ରାମେଶ୍ଵରମ ଛକରୁ ବାଇକ୍ ଚୋରି କରି ହତ୍ୟାରେ ବ୍ୟବହାର କରିଥିଲା ରାଜେନ୍ଦ୍ର । ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ ।

ସୂଚନା ଥାଉକି, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି । ହତ୍ୟାକାଣ୍ଡର ପ୍ରଥମ ଜାମିନ ପାଇଥିବା ଜଣାପଡିଛି । ପଚାଶ ହଜାର ଟଙ୍କା ଜଣେ ଜାମିନଦାରଙ୍କ ମୁଚାଲିକାରେ ସେ ଜାମିନ୍‌ରେ ଯିବେ । ଏହାସହ କୋର୍ଟ ବିଭିନ୍ନ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି ।

ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଥିବା ବେଳେ ରାଜେନ୍ଦ୍ର ପ୍ରଥମେ ଜାମିନ ପାଇଛନ୍ତି । ସେପଟେ ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ। ଗତକାଲି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଚକ୍ରପାଣି ନାହାକ କହିଛନ୍ତି।

Scroll to Top