କଂଗ୍ରେସ ଭବନରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି

କଂଗ୍ରେସ-ଭବନରେ-ପାଳିତ-ହୋଇଛି-୭୯ତମ-ସ୍ୱାଧୀନତା-ଦିବସ,-କେନ୍ଦ୍ର-ଓ-ରାଜ୍ୟ-ସରକାରଙ୍କ-ଉପରେ-ବର୍ଷିଲେ-ପିସିସି-ସଭାପତି

କଂଗ୍ରେସ ଭବନରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି

Published By : Prameya-News7 Bureau | August 15, 2025 IST

ଭୁବନେଶ୍ବର ୧୫।୮: ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସ୍ବାଧୀନତା ସଂଘର୍ଷର ପ୍ରତିଟି ମୁହୂର୍ତ୍ତକୁ ମନେପକାଉଛି ସାରାଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଭଳି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ୭୯ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି ।

କଂଗ୍ରେସ ଭବନରେ ପାଳିତ ହୋଇଯାଇଛି ୭୯ତମ ସ୍ୱାଧୀନତା ଦିବସ । ପିସିସି ସଭାପତି ଭକ୍ତଚରଣ ଦାସ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ ସହ କର୍ମୀ ମାନଙ୍କୁ ସମ୍ବୋଧିତ କରିଛନ୍ତି ଭକ୍ତ ଚରଣ ଦାସ । ଏହି ଅବସରରେ ପିସିସି ସଭାପତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଦେଶକୁ ଓ ରାଜ୍ୟକୁ ଲୁଟି ଚାଲିଛନ୍ତି । ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଭୋଟ୍ ଚୋରି କରି ଶାସନ କ୍ଷମତାକୁ ଆସିଛନ୍ତି ।

You Can Read:

ଶଙ୍ଖ ଭବନରେ ବିଜେଡି ପାଳିଛି ୭୯ତମ ସ୍ଵାଧୀନତା ଦିବସ, ପତାକା ଉତ୍ତୋଳନ କଲେ ବରିଷ୍ଠ ଉପସଭାପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top