ଧାନ ମଣ୍ଡି ବଢାଉଛି ଚିନ୍ତା, ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ
Published By: Kirti – Prameya-News7 Bureau | February 08, 2026 04:15 PM
NEWS7
ଚଣ୍ଡିଖୋଲ ୦୮।୦୨ : ଧାନ ମଣ୍ଡି ବଢାଇଛି ଚାଷୀଙ୍କ ଚିନ୍ତା। ଟୋକନ ଆସିଛି ହେଲେ ଧାନ ପରିମାଣ କମ ଆସିଛି। ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆଁ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀମାନେ।
ଖବର ଅନୁଯାୟୀ, ସମବାୟ ସମିତିରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ ମଣ୍ଡିରେ ଧାନ ଦେବା ପାଇଁ ଟୋକନ ଆସିଛି। ହେଲେ ଚାଷୀଙ୍କ ଜମିର ପରିମାଣ ଅନୁସାରେ ଟୋକନ ଆସିନି ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ। ଅନେକ ଚାଷୀଙ୍କୁ ଠିକ୍ ସମୟରେ ଟୋକନ ଆସିନଥିବାରୁ ବିକ୍ରି କରିପାରୁନାହାନ୍ତି । ଯାହାକୁ ନେଇ ଚାଷୀମାନେ ପ୍ରତିବାଦ କରିଛନ୍ତି । ଧାର ଉଦ୍ଧାର କରି ଚାଷୀମାନେ ଫସଲ କରିଥିବା ବେଳେ ଧାନ ବିକ୍ରି ହୋଇ ପାରୁନଥିବାରୁ ଋଣ କିପରି ସୂଜିବେ । ସେଥିପାଇଁ ଚିନ୍ତାରେ ଚାଷୀ। ବହୁ ଚାଷୀମାନଙ୍କ ଏଭଳି ସମସ୍ୟା ହୋଇଥିବାରୁ ସରକାର ଏହା ଉପରେ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ ।




