୧୦ ହଜାର ଚାଷୀଙ୍କୁ ନେଇ ସମାବେଶ କରିବ ବିଜେଡି, ଚାଷୀଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି ସରକାର

୧୦-ହଜାର-ଚାଷୀଙ୍କୁ-ନେଇ-ସମାବେଶ-କରିବ-ବିଜେଡି,-ଚାଷୀଙ୍କ-ସ୍ୱାର୍ଥ-ସହ-ଖେଳୁଛନ୍ତି-ସରକାର

୧୦ ହଜାର ଚାଷୀଙ୍କୁ ନେଇ ସମାବେଶ କରିବ ବିଜେଡି, ଚାଷୀଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି ସରକାର

Published By: Kirti – Prameya-News7 Bureau | February 08, 2026 04:06 PM

NEWS7

BDK

ଭଦ୍ରକ ୦୮।୦୨ : ଚାଷୀ ସମାବେଶ କରିବ ବିଜେଡି । ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ସହ ୧୦ ଚାଷୀଙ୍କୁ ନେଇ ଏକ ବିରାଟ ସମାବେଶର ଆୟୋଜନ କରାଯିବ । ଏହି ଅବସରରେ ଭଦ୍ରକ ଜିଲ୍ଲା ବିଜେଡ଼ିର ନବନିଯୁକ୍ତ ଜିଲ୍ଲା ସଭାପତି ତଥା ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟଙ୍କୁ ବିପୁଳ ସ୍ବାଗତ କରାଯାଇଛି। ପରେ ଜିଲ୍ଲା ବିଜେଡ଼ି କାର୍ଯ୍ୟଳୟ ଠାରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ୱଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ସମୟରେ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ଜିଲ୍ଲାରେ ବିଶାଳ କୃଷକ ସମାବେଶ ଆୟୋଜନ କରିବ। ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛି ବିଜେଡି । ଜିଲ୍ଲାରେ ମିଲର ଓ ପ୍ରଶାସନର ମିଳାମିଶାରେ ୮ରୁ ୧୦ କିଲୋ ଧାନ କଟନି ହେଉଥିବାର ଅଭିଯୋଗ ଆଣିଛି ବିଜେଡି। ବିରୋଧୀ ଦଳ ଭାବେ ବିଜେଡି ଆଗାମୀ ଦିନରେ ଚାଷୀଙ୍କ ସ୍ବାର୍ଥ ପାଇଁ ବିଶାଳ ସମାବେଶ କରିବ ବୋଲି ଜିଲ୍ଲା ସଭାପତି କହିଛନ୍ତି।

Scroll to Top