ବେଜିଂ,୦୮|୦୨ : ୨୦୨୦ ମସିହାରେ ଲୁଚିଛପି ପରମାଣୁ ପରୀକ୍ଷଣ କରିଥିଲା ଚାଇନା । ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ ଯବାନ ମୁହାଁମୁହିଁ ପରେ ଡ୍ରାଗନ କିଛି ଏମିତି କରିଥିଲା । ଯେତେବେଳେ ସାରା ବିଶ୍ୱ କୋଭିଡ-୧୯ର ସାମ୍ନା କରୁଥିଲା ସେତେବେଳେ ଚୀନ୍ ନିଜର ପତିଆରା ବୃଦ୍ଧି କରୁଥିଲା । ଜେନେଭାରେ ଜାତିସଙ୍ଘର ଏକ ସମ୍ମିଳନୀରେ ବିସ୍ପୋରକ ବୟାନ ଦେଇଛନ୍ତି ଆମେରିକାର ବୈଦେଶିକ ଉପ ସଚିବ ଥୋମାସ ଡିନାନୋ । ଋଷ ସହ ଆମେରିକାର ଶେଷ ପରମାଣୁ ଚୁକ୍ତି ସରିବାର ଗୋଟିଏ ଦିନ ପରେ ଥୋମାସ ଏପରି ଅଭିଯୋଗ କରିଛନ୍ତି ।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଡିନାନୋ କହିଛନ୍ତି ଯେ, ଚୀନ ଗୋପନୀୟ ଭାବେ ଆଣବିକ ପରୀକ୍ଷଣ କରୁଛି । ଏନେଇ ଆମେରିକା ପାଖରେ ପ୍ରମାଣ ରହିଛି । ୨୦୨୦ ଜୁନ ୨୨ରେ ଏହି ପରୀକ୍ଷଣ କରାଯାଇଥିଲା । ପୂର୍ବ ଲଦାଖ ସୀମାରେ ହୋଇଥିବା ଗଲଓ୍ୱାନ ସଙ୍ଘର୍ଷର ଠିକ୍ ୭ ଦିନ ପରେ ଚୀନ ଏପରି କାରନାମା କରିଥିଲା ।
China has conducted nuclear explosive tests, including preparing for tests with designated yields in the hundreds of tons… China has used decoupling – a method to decrease the effectiveness of seismic monitoring – to hide its activities from the world. China conducted one such…
— Under Secretary of State Thomas G. DiNanno (@UnderSecT) February 6, 2026
ସେ ଆହୁରି କହିଛନ୍ତି ଯେ, ଚୀନ୍ ସିନାଜିୟାଂ ପ୍ରାନ୍ତରେ ପରମାଣୁ ଏବଂ ଆଣବିକ ପରୀକ୍ଷଣ କରିଛି । ଏଥିରେ ଡିକପଲିଂ ନାମକ ଏକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯାଇଛି । ଯାହା ଦ୍ୱାରା ଭୂମିକମ୍ପ ହେଲେ ମଧ୍ୟ ସେନେଇ କୌଣସି ତଥ୍ୟ ଅନ୍ୟ ଦେଶ ପାଇପାରିବେ ନାହିଁ । ଏହା ଭୂମିକମ୍ପର ତରଙ୍ଗକୁ ନିୟନ୍ତ୍ରଣ କରିଥାଏ । ଚୀନ ନିଜର ଗତିବିଧିକୁ ଦୁନିଆଠୁ ଲୁଚାଇବା ପାଇଁ ଏପରି କୌଶଳ ଆପଣାଉଥିବା ଆମେରିକୀୟ. ଅଧିକାରୀ କହିଛନ୍ତି ।
ଏହି ଖବରଟି ପଢନ୍ତୁ… ଖରାଦିନରେ ଶୁଖିଯିବ ପାକିସ୍ତାନ, ମିଳିବନି ଟୋପାଏ ପାଣି… ଚେନାବ ନଦୀରେ ଭାରତ ଆରମ୍ଭ କଲା ବଡ ପ୍ରକଳ୍ପ
ସୂଚନାଯୋଗ୍ୟ, ଗଲଓ୍ୱାନ ସଙ୍ଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ । ତେବେ ଚାଇନା ଏବେସୁଦ୍ଧା ନିଜର ମୃତାହତ ସଂଖ୍ୟା ଜାରି କରିନାହିଁ । କିନ୍ତୁ ଅନେକ ସଂସ୍ଥା ଚୀନର ୪୦-୫୦ ଯବାନ ନିହତ ହୋଇଥିବା ଦର୍ଶାଇଥିଲେ ।




