ପଡ଼ୋଶୀ ଜିଲ୍ଲାରୁ ଆସିଲା, ଗାଁରେ ପଶି ହାତକୁ କାମୁଡ଼ିଦେଲା : ତଳେ ପଡ଼ି ଛଟପଟ ହେଲେ ମହିଳା
ମୟୁରଭଞ୍ଜ ଜିଲ୍ଲା ପଡୋଶୀ ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ଉଦଳା ବନାଞ୍ଚଳକୁ ଆସିଥିଲା ଭାଲୁ । ଧନୁସାହି ଗ୍ରାମର ଲକ୍ଷ୍ମୀ ସିଂଙ୍କୁ ଆକ୍ରମଣ କରିଥିଲା ଭାଲୁ । ଭାଲୁଟି ଲକ୍ଷ୍ମୀଙ୍କ ହାତକୁ କାମୁଡି ଦେଇଥିଲା । ଆକ୍ରମଣରେ ଗୁରୁତର ଲକ୍ଷ୍ମୀଙ୍କୁ ବନ ବିଭାଗ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
Published By: Ruby – Prameya-News7 Bureau | February 07, 2026 03:58 PM
NEWS7
ଉଦଳା ୭।୨: ଅନ୍ୟ ଜିଲ୍ଲାରୁ ଆସିଲା, ଗାଁରେ ପଶି ଆକ୍ରମଣ କଲା । ଆକ୍ରମଣରେ ମହିଳା ହେଲେ ଲହୁ ଲୁହାଣ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧିନ କୋଚିଳାଡିହା ଧନୁସାହି ଗ୍ରାମରେ ଘଟିଛି ଏଭଳି ଘଟଣା ।
ଏ ଖବର ବି ପଢ଼ନ୍ତୁ:- ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ପଡୋଶୀ ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ଉଦଳା ବନାଞ୍ଚଳକୁ ଚାଲିଆସିଥିଲା ଭାଲୁ । ଏହି ଭାଲୁଟି ଧନୁସାହି ଗ୍ରାମର ଜଣେ ମହିଳାଙ୍କୁ ଆକ୍ରମଣ କରିଛି । ଲକ୍ଷ୍ମୀ ସିଂ ନାମକ ମହିଳା ବିଲରେ ଶାଗ ତୋଳୁଥିବା ବେଳେ ଭାଲୁଟି ଅଚାନକ ଆକ୍ରମଣ କରିଥିଲା । ଭାଲୁଟି ଲକ୍ଷ୍ମୀଙ୍କ ହାତକୁ କାମୁଡି ଦେଇଥିବା ବେଳେ ତାଙ୍କୁ ଲହୁଲୁହାଣ କରିଥିଲା । ଆକ୍ରମଣରେ ଗୁରୁତର ହୋଇ ଲକ୍ଷ୍ମୀ ପଡିରହିଥିଲେ । ଏ ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ଗୁରୁତର ଲକ୍ଷ୍ମୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏ ଖବର ବି ପଢ଼ନ୍ତୁ:- ସିବିଆଇ ତଦନ୍ତରେ ଜଣାପଡ଼ିଲା ସତ, SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଥିଲା ସୀତାରାମ
ସେପଟେ ଗ୍ରାମବାସୀ ଭାଲୁକୁ ଘଉଡ଼ାଇ ଦେଇଛନ୍ତି । ଭାଲୁଟି ନିକଟସ୍ଥ ହୁଡ଼ିକୁ ଚାଲିଯାଇଥିବା ଜଣାପଡିଛି । କିନ୍ତୁ ଏହାକୁ ନେଇ ଏବେବି ଗ୍ରାମବାସୀଙ୍କ ମଧ୍ୟରେ ଭୟ ରହିଛି । ଭାଲୁଟି କେତେବେଳେ ପୁଣି ଫେରିଆସି ଆକ୍ରମଣ ନକରିବ କିଏ କହିବ ।




