ମହାନଦୀ ଜଳ ବିବାଦ ମାମଲା, ଟ୍ରିବ୍ୟୁନାଲ୍‌ର ସ୍ପଟ୍ ଭିଜିଟ୍ ପରେ ମାର୍ଚ୍ଚ ୧୪ରେ ଶୁଣାଣି

ମହାନଦୀ-ଜଳ-ବିବାଦ-ମାମଲା,-ଟ୍ରିବ୍ୟୁନାଲ୍‌ର-ସ୍ପଟ୍-ଭିଜିଟ୍-ପରେ-ମାର୍ଚ୍ଚ-୧୪ରେ-ଶୁଣାଣି

ମହାନଦୀ ଜଳ ବିବାଦ ମାମଲା, ଟ୍ରିବ୍ୟୁନାଲ୍‌ର ସ୍ପଟ୍ ଭିଜିଟ୍ ପରେ ମାର୍ଚ୍ଚ ୧୪ରେ ଶୁଣାଣି

Published By: Kirti – Prameya-News7 Bureau | February 07, 2026 01:02 PM

NEWS7

Mahanadi

ଭୁବନେଶ୍ୱର ୦୭।୦୨ : ମହାନଦୀ ଜଳ ବିବାଦ ମାମଲା। ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରିସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା। ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ବୋଲି AG ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି।

ଅନ୍ୟପଟେ ଶନିବାର ହୋଇଥିବା ଶୁଣାଣିରେ ଓଡ଼ିଶାର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ଼ ଓକିଲ ମଧ୍ୟ ଉପସ୍ଥିତ ହୋଇଥିବା ସୂଚନା ମିଳିଛି । ଯଦି ଶୁଣାଣି ସମୟରେ ପକ୍ଷ ରଖିବାକୁ ଓଡ଼ିଶା ହାଜର ହେଉନାହିଁ । ତେବେ ସମସ୍ୟାର ସମାଧାନ ହେବ କେମିତି ।

ଏ ଖବର ବି ପଢନ୍ତୁ:- କଣ ମହାକାଶରେ ଶୀଘ୍ର ବୁଢା ହୁଏ ଶରୀର ? ବୈଜ୍ଞାନିକମାନେ ବୟସକୁ ନେଇ କଲେ ଖୁଲାସା

Scroll to Top