ଚାମ୍ପିଅନ ପରେ ମିଳିଲା POTM ଟ୍ରଫି, ତଥାପି ଇମୋସନାଲ ହେଲେ ସୂର୍ଯ୍ୟବଂଶୀ, କାହାକୁ ଦେଲେ ଶ୍ରେୟ….

ଚାମ୍ପିଅନ-ପରେ-ମିଳିଲା-potm-ଟ୍ରଫି,-ତଥାପି-ଇମୋସନାଲ-ହେଲେ-ସୂର୍ଯ୍ୟବଂଶୀ,-କାହାକୁ-ଦେଲେ-ଶ୍ରେୟ….

ନୂଆଦିଲ୍ଲୀ ୦୭/୦୨: ଟିନେଜର ବ୍ୟାଟିଂ ସେନସେସନ । ବୈଭବ ସୂର୍ଯ୍ୟବଂଶୀ । ବିସ୍ଫୋରକ ବ୍ୟାଟର । U-19 ବିଶ୍ୱକପ୍ରେ ରଚିଛନ୍ତି କୀର୍ତ୍ତିମାନ । ଏମିତି ଐତିହାସକ ପାଳି ଦଳ ପାଇଁ ସାଜିଥିଲା ମାଇଲଷ୍ଟୋନ୍ । ୮୦ ବଲ୍ରେ ଚତ୍ମକାର ୧୭୫ ରନ୍ର ଇନିଂସ । ଫଳରେ ହାତେଇଥିଲେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର । କାରଣ ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେ କରିଥିଲେ ୪୩୯ ରନ । କେବଳ ରନ୍ ନୁହେଁ ଗୋଟିଏ ୱିକେଟ୍ ନେଇ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ବି ପାଇଥିଲେ ।

ସମଗ୍ର ଟୁର୍ଣ୍ଣାମେଣ୍ଟରେ ବୈଭବ ଭାରତର ସଫଳତାର ଏକ ପ୍ରମୁଖ ମାଇଲଷ୍ଟୋନ୍ ସାଜିଥିଲେ । ତେବେ ସୂର୍ଯ୍ୟବଂଶୀ ଫାଇନାଲ ପରେ ପ୍ଲେୟାର ଅଫ୍ ଦି ଫାଇନାଲ ପୁରସ୍କାର ଦଳର ସହାୟକ କର୍ମଚାରୀଙ୍କୁ ଉତ୍ସର୍ଗ କରିଥିଲେ। ଇଂଲଣ୍ଡ ବିପକ୍ଷ ଟାଇଟଲ୍ ମ୍ୟାଚ୍ ରେ ତାଙ୍କର ଐତିହାସିକ ଇନିଂସ ଭାରତକୁ ରେକର୍ଡ ଷଷ୍ଠ ଟାଇଟଲ୍ ସୁନିଶ୍ଚିତ କରିଥିଲା।ଫାଇନାଲରେ, ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୮୦ ବଲ୍ ରେ ୧୭୫ ରନର ଏକ ଧମାକାଦାର ଇନିଂସ ସହ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୪୧୧ ରନର ବିଶାଳ ସ୍କୋର କରିଥିଲା ।

ଜବାବରେ ଇଂଲଣ୍ଡ ୩୧୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ୧୦୦ ରନରେ ବିଜୟୀ ହୋଇଥିଲା।ତେବେ ପ୍ରେଜେଣ୍ଟେସନ୍ ସେରେମନିରେ ପୁରସ୍କାର ମିଳିବା ପରେ ଭାରି ଇମୋସନାଲ ହୋଇଛି ୧୪ ବର୍ଷୀୟ କ୍ରିକେଟର । ଛଳ ଛଳ ଆଖିରେ କହିଥିଲେ ମୁଁ ମୋର ଭାବନାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ ।

କାରଣ ଗତ ୭-୮ ମାସ ଧରି ଆମେ କଠିନ ପରିଶ୍ରମ କରି ଆସିଛୁ । ଆମର ସପୋର୍ଟ ଷ୍ଟାଫ୍ ମାନେ ଆମ ସହ ସର୍ବଦା ଛିଡା ହୋଇ ଆସୁଛନ୍ତି । ଆମର ଫିଟନେସ୍ ଓ ମାନସିକ ସ୍ଥିତିର ସମ୍ପୂର୍ଣ୍ଣ କେୟାର ବି କରିଥିଲେ । ସେଥିପାଇଁ ଏହି ପୁରସ୍କାର ତାଙ୍କୁ ଉତ୍ସର୍ଗୀକୃତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଆଠ-ନଅ ମାସ ଧରି ନିରନ୍ତର ପ୍ରସ୍ତୁତି ଦଳ-କର୍ମଚାରୀ ସମନ୍ୱୟ ଏହି ସଫଳତାର ମୂଳଦୁଆ ପକାଇଛି।

ସେପଟେ ରାଜସ୍ଥାନ ରୟାଲ୍ସର ସୋସିଆଲ ମିଡିଆ ହ୍ୟାଣ୍ଡେଲ ସେୟାର କରିଛି ଙୃଦୟକୁ ଛୁଇଁବା ଭଳ ଭିଡିଓ । ଯେଉଁଥିରେ, ସୂର୍ଯ୍ୟବଂଶୀ ଟ୍ରଫି ଧରି ଭିଡିଓ କଲ୍ କରୁଥିବାର ଏକ ଫଟୋ ପୋଷ୍ଟ ରହିଛି । ଆଉ ସେଥିରେ ଲେଖାଅଛି ପାପା, ପ୍ରଣାମ ।

“Papa, pranaam” 🙏🏆 pic.twitter.com/ybLnnkjg64

— Rajasthan Royals (@rajasthanroyals) February 6, 2026

ଏକ ସ୍ୱପ୍ନର ଟୁର୍ଣ୍ଣାମେଣ୍ଟର ସାରିବା ପରେ, ସୂର୍ଯ୍ୟବଂଶୀ U-19 ବିଶ୍ୱକପ୍ ଇତିହାସରେ ପ୍ଲେୟାର ଅଫ୍ ଦି ଫାଇନାଲ୍ ଏବଂ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଥିବା ପ୍ରଥମ ଖେଳାଳି ମଧ୍ୟ ହୋଇଥିଲେ । ଯାହା ଭାରତର ଟାଇଟଲ ବିଜୟ ଅଭିଯାନ ଉପରେ ତାଙ୍କର ଅସାଧାରଣ ପ୍ରଭାବକୁ ରେଖାଙ୍କିତ କରିଥିଲା।

also read..

Under 19 World Cup 2026 final: ଷଷ୍ଠ ଥର ଅଣ୍ଡର-୧୯ ୱାର୍ଲ୍ଡ ଚାମ୍ପିୟନ ହେଲା ଭାରତ, ବୈଭବଙ୍କ ବ୍ୟାଟିଂ ଆଗରେ ଇଂଲଣ୍ଡ ଚିତ୍

Scroll to Top