ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଆହ୍ୱାନ, ଆଲୋଚନା ପାଇଁ ରେଡି ହୁଅ
ମହାନଦୀ ପ୍ରସଙ୍ଗରେ ବିଜେଡିକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆହ୍ୱାନ। କାଦୁଅ ଫୋପଡ଼ା ନକରି ବିଧାନସଭାରେ ଆଲୋଚନା ପାଇଁ ନୋଟିସ କରନ୍ତୁ। ୨୪ ବର୍ଷରେ ମହାନଦୀ ପ୍ରସଙ୍ଗରେ କଣ କରିଛ ଆଲୋଚନା କରିବା। ଆମେ କଣ କରିଛୁ କହିବୁ। ଓଡିଶାବାସୀ ବିଚାର କରିବେ…..
Published By: Prativa – Prameya-News7 Bureau | February 06, 2026 02:57 PM
NEWS7
ଭୁବନେଶ୍ୱର ୦୬/୦୨: ମହାନଦୀ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ କଡା ଜବାବ । ବିଧାନସଭା ରେ ବିତର୍କ ପାଇଁ କଲେ ଆହ୍ୱାନ । କହିଲେ ୨୪ ବର୍ଷ ରେ ମହାନଦୀ ପାଇଁ କଣ କରିଛନ୍ତି ଶ୍ୱେତ ପତ୍ର ପ୍ରକାଶ କରୁ ବିଜେଡି । ବିଧାନସଭାରେ ବିଜେଡିର ଜଳ ସମ୍ପଦ ମନ୍ତ୍ରୀଙ୍କ ଲିଖିତ ବିବୃତି ମହାନଦୀ କଫିନରେ କଣ୍ଟା ବାଡେଇ ଦେଇଛି ।
ଛତିଶଗଡ ଯେତେ ବ୍ୟାରେଜ କଲେ ବି କୌଣସି ପ୍ରଭାବ ପଡିବନି ବୋଲି କହିଥିଲେ ବିଜେଡିର ଜଳ ସମ୍ପଦ ମନ୍ତ୍ରୀ । ମନ୍ତ୍ରୀଙ୍କ ବିଧାନସଭା ରେକର୍ଡ ବୟାନକୁ ଟ୍ରିବୁନାଲରେ ଉପସ୍ଥାପନା କରିଛି ଛତିଶଗଡ । ଆମେ ବ୍ଲେମ ଗେମ ଖେଳୁ ନାହୁଁ । ୨୪ ବର୍ଷରେ ବିଜେଡି କଣ କରିଛି ଲୋକେ ଜାଣିବା ଦରକାର । ସତସାହସ ଥିଲେ ବିଧାନସଭାରେ ବିତର୍କକୁ ଆସନ୍ତୁ ।
ବିଜେଡି ବେଳେ ଟ୍ରିବୁନାଲରେ କେତେ ଥର ଶୁଣାଣି ହେଇଛି କେତେ ଟଙ୍କା ଖର୍ଚ୍ଚ ହୋଇଛି ମୁଁ ହିସାବ ଦେବି । ଗତକାଲି ସଂସଦରେ ଏନେଇ ଉତ୍ତର ଆସିଛି ଉଭୟ ରାଜ୍ୟ ସହମତି ଭିତିରେ ଆଲୋଚନା କରୁଛନ୍ତି । ଆମର ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହୋଇସାରିଛ । ଛତିଶଗଡର ମନ୍ତ୍ରୀ ସ୍ତରୀୟ କମିଟି ଗଠନ ପରେ ଆଗକୁ ବଢିବ ଆଲୋଚନା । କେନ୍ଦ୍ର ସରକାରଙ୍କ ଗୋଟେ ବଡ଼ ଭୂମିକା ରହୁଛି ।




