ନୂଆଦିଲ୍ଲୀ ୫।୨: ବିରୋଧୀ ସଦସ୍ୟ ସଦନ ନେତାଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ଦେବାକୁ ରୋକିବା କିଛି ନୂଆ କଥା ନୁହେଁ। ଗୁରୁବାର କଂଗ୍ରେସ ଏହା କହିଛି। କଂଗ୍ରେସ ସାଂସଦ ତଥା ପାର୍ଟିର ସଞ୍ଚାର ପ୍ରଭାରୀ ଜୟରାମ ରମେଶ ଏ ନେଇ ଲୋକସଭା କାର୍ଯ୍ୟକ୍ରମର ଏକ ପୁରୁଣା ଭିଡିଓ ଫୁଟେଜ ସେୟାର କରିଛନ୍ତି। ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ସଦନକୁ ସୂଚିତ କରୁଛନ୍ତି ଯେ ୧୦ ଜୁନ ୨୦୦୪ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ଦେବାକୁ ତାଙ୍କୁ ରୋକା ଯାଇଥିଲା।
ରମେଶ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ଏହା ୧୦ ମାର୍ଚ୍ଚ ୨୦୦୫ରେ ଡ.ମନମୋହନ ସିଂହଙ୍କ ଭାଷଣର ଭିଡିଓ। ଯେଉଁଥିରେ ସେ ଏ କଥାର ଉଲ୍ଲେଖ କରୁଛନ୍ତି ତାଙ୍କୁ ୧୦ ଜୁନ ୨୦୦୪ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ଦେବାକୁ ରୋକା ଯାଇଥିଲା। କଂଗ୍ରେସ ନେତା ରମେଶ ଲୋକସଭାରେ ଏବେ ଚାଲିଥିବା ଗତିରୋଧ ସନ୍ଦର୍ଭରେ ଏହା ମନେ ପକାଇ ଦେଇଛନ୍ତି। ରମେଶଙ୍କ ଏହି ଟିପ୍ପଣୀ ସେହିଦିନ ଆସିଛି ଯେବେ ଲୋକସଭାରେ ବିରୋଧୀ ଦଳ ସାଂସଦମାନେ ଲଗାତାର ହଟ୍ଟଗୋଳ କରୁଛନ୍ତି। ଫଳରେ ପ୍ରଧାନମନ୍ତ୍ରୀଙ୍କ ଔପଚାରିକ ଜବାବ ବିନା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ କରିଦିଆଯାଇଛି।
This is the video of Dr Manmohan Singh’s speech on March 10 2005 – where he refers to the fact that he was prevented from replying to the Motion of Thanks on June 10, 2004 https://t.co/RyDSwhkMzG pic.twitter.com/uJNfgne78Z
— Jairam Ramesh (@Jairam_Ramesh) February 5, 2026
ଏହା ପୂର୍ବରୁ ୪ ଫେବୃଆରୀ ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପରାହ୍ନ ୫ଟା ଅଭିଭାଷଣକୁ ଟାଳି ଦିଆଯାଇଥିଲା। କାରଣ ବିରୋଧୀ ଦଳ ସାଂସଦଙ୍କ ଲଗାତାର ହଟ୍ଟଗୋଳ ଓ ସ୍ଲୋଗାନ ଯୋଗୁ ଲୋକସଭାକୁ ଗୁରୁବାର ସକାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା। ଗତ ୨ ଦିନ ହେଲା ବିରୋଧୀ ଦଳ ସାଂସଦମାନେ ଲୋକସଭାରେ ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ.ନରୱାଣେଙ୍କ ଅପ୍ରକାଶିତ ଆତ୍ମଜୀବନ ଉପରେ ରଚିତ ଏକ ଲେଖାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭାଷଣକୁ ଅସ୍ୱୀକାର କରାଯିବା ନେଇ ଶାସକ ଦଳଙ୍କ ସହ ଲଢୁଛନ୍ତି।
ବିରୋଧୀ ଦଳ ନେତା ପ୍ରଥମେ ଦାବି କରିଥିଲେ ଯେ ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଉଲ୍ଲେଖ ରହିଛି। ଏହି ଦାବିକୁ ଶାସକ ଦଳ ଗୃହରେ ଜୋରଦାର ବିରୋଧ କରିଥିଲେ। ଏଥିରେ ଶାସକ ଦଳ ସଦସ୍ୟମାନେ ବିରୋଧୀ ଦଳ ନେତାଙ୍କୁ ସଂସଦୀୟ ନିୟମ ପାଳନ କରିବାକୁ ଓ ଗୃହରେ କେବଳ ପ୍ରାମାଣିତ ସ୍ରୋତ ଉପସ୍ଥାପନା କରିବାକୁ ଦାବି କରିଥିଲେ।
ଏହା ବି ପଢନ୍ତୁ:-ରାଜ୍ୟସଭାରେ ମୋଦୀ କହିଲେ, ଟ୍ରେଡ୍ ଡିଲକୁ ନେଇ ବିଶ୍ବ ଖୁସି; ବିରୋଧୀଙ୍କ ଓ୍ବାକଆଉଟ୍




