ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୫ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠନ ହେବ କମିଟି

ଜାତୀୟ-ପ୍ରତୀକ-ଅପବ୍ୟବହାର-ରୋକିବାକୁ-ହାଇକୋର୍ଟଙ୍କ-ନିର୍ଦ୍ଦେଶ,-୫-ବିଭାଗର-ବରିଷ୍ଠ-ଅଧିକାରୀଙ୍କୁ-ନେଇ-ଗଠନ-ହେବ-କମିଟି

ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୫ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠନ ହେବ କମିଟି

ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜାତୀୟ ପ୍ରତୀକର ତ୍ରୁଟିପୂର୍ଣ୍ଣ ବ୍ୟବହାର ସମ୍ପର୍କିତ PIL ଉପରେ ନିର୍ଦ୍ଦେଶ । ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ।

Published By: Ruby – Prameya-News7 Bureau | February 05, 2026 06:51 PM

NEWS7

National Symbol

କଟକ ୫।୨: ଜାତୀୟ ପତାକା, ଅଶୋକ ଚକ୍ର ଭଳି ଜାତୀୟ ପ୍ରତୀକର ଅପବ୍ୟବହାର ରୋକିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି। ଜାତୀୟ ପ୍ରତୀକର ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ପୋର୍ଟାଲ ଜରିଆରେ ଅଭିଯୋଗ ପାଇବାର ୬ ସପ୍ତାହ ମଧ୍ୟରେ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏ ଖବର ବି ପଢନ୍ତୁ:- ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

ଏଲୋନ ଟ୍ରଷ୍ଟ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅଭିଯୋଗ ପାଇବାର ନିର୍ଦ୍ଧିଷ୍ଟ ଅବଧି ଭିତରେ ତ୍ରୁଟି ସଂଶୋଧନ ନକରିଲେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Scroll to Top