ନୂଆଦିଲ୍ଲୀ,୦୫|୦୨ :କ୍ରାଶ୍ କରିଘଲା ସୁନା ଏବଂ ରୁପା । ଆଉ ଥରେ ଦୁଇ ଦାମୀ ଧାତୁର ଦାମ୍ ଖସି ଯାଇଛି । ଏହାସହ ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ତଳକୁ ଖସିଛି । ସପ୍ତାହର ଚତୁର୍ଥ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ବିଏସଇ ସେନସେକ୍ସ ଖୋଲିବା ପରେ ୫୦୦ ଅଙ୍କ ଖସି ଯାଇଛି । ସେହିପରି ନିଫ୍ଟି ମଧ୍ୟ ୧୫୦ ଅଙ୍କ ହ୍ରାସ ପାଇଛି ।
ବଜାର ମାନ୍ଦା
ଗୁରୁବାର ମାର୍କେଟ୍ ଖୋଲୁ ଖୋଲୁ ୫୦୦ ପଏଣ୍ଟ ହ୍ରାସ ପାଇଛି । ବୁଧବାର ବିଏସଇ ସେନସେକ୍ସ ୮୩,୮୧୭ରେ କାରବାର ବନ୍ଦ କରିଥିଲା । ଗୁରୁବାର ଏହା ୮୩୭୫୭ରେ ଓପନ୍ ହୋଇଥିଲା । ହଠାତ ୫୦୦ ଅଙ୍କ ଖସି ୮୩୩୧୩ ହୋଇଯାଇଛି । ସେହିପରି ନିଫ୍ଟି ମଧ୍ୟ ବୁଧବାର ୨୫୭୭୬ରେ ବନ୍ଦ ହୋଇଥିଲା । ତେବେ ଗୁରୁବାର ଏହା ୨୫୬୧୨କୁ ଖସି ଆସିଛି ।
ଏହି ଖବରଟି ପଢନ୍ତୁ…କୁଆଡେ ଗଲେ ଚୀନ୍ର ଟପ୍ ୨୩ ଜେନେରାଲ ? ଦେଶରୁ ଅଚାନକ ଗାଏବ, ହଚ୍ୟା କରିଛନ୍ତି ଜିନପିଙ୍ଗ୍ !
କେବଳ ଭାରତରେ ନୁହେଁ ସାରା ବିଶ୍ୱର ବଜାର ଗୁରୁବାର ମାନ୍ଦା ରହିଛି । ଜାପାନ, ହଙ୍ଗକଙ୍ଗ ଏବଂ ଦକ୍ଷିଣ କୋରିଆର ବଜାରରେ ହ୍ରାସ ଘଟିଛି ।
ସୁନା-ରୁପା କମିଲା
କେବଳ ସେୟାର ବଜାର ନୁହେଁ, କମୋଡିଟି ମାର୍କେଟରେ ସୁନା ବଂ ରୁପା ଚକିତ କରିଛନ୍ତି । ଏମସିଏକ୍ସରେ ସୁନା ଏବଂ ରୁପା ବଜାର ଖୋଲୁ ଖୋଲୁ କ୍ରାଶ୍ କରିଛନ୍ତି । ମାର୍ଚ୍ଚ ୫ର ରୁପାର ଭବିଷ୍ୟତ ଦର ୨୪ ହଜାର କମିଛି । ସେହିପରି ସୁନା ବି ୨୪୦୦ ଟଙ୍କା ଶସ୍ତା ହୋଇଛି ।




