ଗୁରୁବାର ରାଶିଫଳ; କାର୍ଯ୍ୟ ହାନି ହେବାର ଆଶଙ୍କା ରହିଛି, ପରିବାରରେ ହସଖୁସିର ବାତାବରଣ ରହିବ

ଗୁରୁବାର-ରାଶିଫଳ;-କାର୍ଯ୍ୟ-ହାନି-ହେବାର-ଆଶଙ୍କା-ରହିଛି,-ପରିବାରରେ-ହସଖୁସିର-ବାତାବରଣ-ରହିବ

ମେଷ– ଆସନ୍ତାକାଲି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ। ଆର୍ଥିକ କ୍ଷେତ୍ରରେ ଧନ ଲାଭ ହେବା ସହ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ବିଷୟ ଶିଖିବା ପାଇଁ ଆଗ୍ରହୀ ହେବେ। ଆପଣ କୌଣସି ପୁରୁଣା ଅଟକି ରହିଥିବା କାର୍ଯ୍ୟକୁ ସହଜରେ ସମାପ୍ତ କରିପାରିବେ।

ବୃଷ– ଗୁରୁବାର ଆପଣଙ୍କ ରାଶି ପାଇଁ ଘାତ ଚନ୍ଦ୍ର ରହିଛି ଯାହା ଫଳରେ କାର୍ଯ୍ୟ ହାନି ହେବାର ଆଶଙ୍କା ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ଅଭାବ ଅନୁଭବ କରିବେ ଏବଂ ପଢ଼ାପଢ଼ିରେ ବାଧା ଉପୁଜିବ। କୌଣସି ନୂତନ ଯୋଜନା କିମ୍ବା ନିବେଶ କରନ୍ତୁ ନାହିଁ ଏବଂ ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ।

ମିଥୁନ– ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସତର୍କ ରୁହନ୍ତୁ କାରଣ ପେଟ ପିଡ଼ା ହେବାର ସମ୍ଭାବନା ଅଛି। ତେବେ ପରିଶ୍ରମ ଅନୁସାରେ ସୁଫଳ ମିଳିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଭଲ ଫଳାଫଳ ପାଇବେ। ନିଜର ଖାଦ୍ୟପେୟ ଉପରେ ଶୃଙ୍ଖଳା ରଖିବା ସହ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।

କର୍କଟ– ଆସନ୍ତାକାଲି ଆପଣଙ୍କ ପାଇଁ ଅପ୍ରତ୍ୟାଶିତ ଭାବେ କୌଣସି ଶୁଭ ଫଳ ପ୍ରାପ୍ତି ହେବାର ଯୋଗ ଅଛି ଏବଂ ସମାଜରେ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ମାର୍ଗଦର୍ଶନରେ ଉନ୍ନତି କରିବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ।

ସିଂହ– କୌଣସି କାରଣକୁ ନେଇ ଧନ ନାଶ ହେବାର ଆଶଙ୍କା ଅଛି ଏବଂ କାର୍ଯ୍ୟରେ ଅହେତୁକ ବାଧା ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ି ଅପେକ୍ଷା ଅନ୍ୟ କାମରେ ଅଧିକ ସମୟ ନଷ୍ଟ କରିପାରନ୍ତି। ଆର୍ଥିକ ନେଣଦେଣ କଲାବେଳେ ସାବଧାନ ରୁହନ୍ତୁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା– ଆସନ୍ତାକାଲି ଆପଣଙ୍କୁ ନିଜର ପରିଶ୍ରମ ପାଇଁ ଅଭିଷାଣ ବା ପୁରସ୍କାର ପ୍ରାପ୍ତି ହେବ ଏବଂ ମନରେ ଆନନ୍ଦ ଭରି ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଲ୍ଲେଖନୀୟ ସଫଳତା ପାଇବା ସହ ପ୍ରଶଂସିତ ହେବେ। ବ୍ୟବସାୟରେ ନୂତନ ସୁଯୋଗ ମିଳିବା ସହ ପରିବାରରେ ହସଖୁସିର ବାତାବରଣ ରହିବ।

ତୁଳା– ଗୁରୁବାର ଆପଣଙ୍କ ପାଇଁ ଘାତବାର ରହିଛି ଯାହା ଫଳରେ ମନସ୍ତାପ ବଢ଼ିପାରେ। ଆୟର ମାର୍ଗ ସୀମିତ ରହିବ ଏବଂ ସ୍ୱଳ୍ପ ଆୟ ଯୋଗ ଦେଖାଯାଉଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ି ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିବ। ଦୂର ଯାତ୍ରା କରନ୍ତୁ ନାହିଁ ଏବଂ ନିଜର ମୂଲ୍ୟବାନ ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ।

ବିଛା– କର୍ମ କ୍ଷେତ୍ରରେ ସୁଖ ମିଳିବ ଏବଂ ଘରକୁ ଅଭ୍ୟାଗତଙ୍କ ଆଗମନ ହେବା ଫଳରେ ଅତିଥି ସତ୍କାରରେ ସମୟ କଟିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ଜ୍ଞାନ ହାସଲ କରିବା ସହ ଉତ୍ସାହିତ ରହିବେ। ଜୀବନସାଥୀଙ୍କ ସହ ଉତ୍ତମ ସମନ୍ୱୟ ରହିବ ଏବଂ ଦିନଟି ଶାନ୍ତିରେ କଟିବ।

ଧନୁ– ଆସନ୍ତାକାଲି ଆପଣଙ୍କ ପାଇଁ ଶତ୍ରୁ ବିଜୟର ଯୋଗ ରହିଛି ଏବଂ ସାମାଜିକ ସ୍ତରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ସମସ୍ତ ବିବାଦର ସମାଧାନ ହେବ।

ମକର– ମନରେ କୌଣସି ଅଜଣା ଭୟ ରହିବା ସହ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ପଢ଼ା ପ୍ରତି ମନ ଲାଗିବ ନାହିଁ। ଅଧିକ ପରିଶ୍ରମ ନ କରି ବିଶ୍ରାମ ନିଅନ୍ତୁ ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କୁମ୍ଭ– ଗୁରୁବାର ଚୋରି ଭୟ ରହିଛି ଏବଂ କୌଣସି ନା କୌଣସି କାରଣରୁ ନାନା କ୍ଷତି ସହିବାକୁ ପଡ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। କାହାରିକୁ ବିଶ୍ୱାସ କରି ନିଜର ଗୁପ୍ତ କଥା କୁହନ୍ତୁ ନାହିଁ ଏବଂ ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ।

ମୀନ– ଆସନ୍ତାକାଲି ବନ୍ଧୁ ମିଳନ ହେବାର ଶୁଭ ଯୋଗ ଅଛି ଏବଂ ପତ୍ନୀଙ୍କ ଠାରୁ ପୂର୍ଣ୍ଣ ସୁଖ ଓ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବା ସହ ଉଚ୍ଚଶିକ୍ଷା ପାଇଁ ଯୋଜନା କରିପାରନ୍ତି। ଆପଣଙ୍କ ମନ ପ୍ରସନ୍ନ ରହିବ ଏବଂ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Scroll to Top