ସରକାରଙ୍କ ବଡ଼ ପଦକ୍ଷେପ, ରଦ୍ଦ ହେଲା ୨.୫କୋଟି ଆଧାର

ସରକାରଙ୍କ-ବଡ଼-ପଦକ୍ଷେପ,-ରଦ୍ଦ-ହେଲା-୨.୫କୋଟି-ଆଧାର

ନୂଆଦିଲ୍ଲୀ ୪।୨: ଆଧାରକାର୍ଡ ମାଧ୍ୟମରେ ଦେଶରେ ଠକେଇ ବଢିବଢି ଚାଲିଛି। ମୃତ ବ୍ୟକ୍ତିଙ୍କ ଆଧାରକୁ ମଧ୍ୟ ସାଇବର ଠକେଇ ପାଇଁ ଉପଯୋଗ କରାଯାଉଛି ବା ତ୍ରୁଟିପୂର୍ଣ୍ଣ ବ୍ୟବହାର କରାଯାଉଛି। ଏଣୁ ବାୟୋମେଟ୍ରିକ ପରିଚୟ ପ୍ରଣାଳୀର ସୁରକ୍ଷା ପାଇଁ ସରକାର ମୃତ ବ୍ୟକ୍ତିଙ୍କ ୨.୫କୋଟି ଆଧାର ନମ୍ବରକୁ ବନ୍ଦ କରିଦେଇଛନ୍ତି। ସଠିକ ଡାଟାବେସ୍ ଜାରି ରଖିବା ଉଦ୍ଦେଶ୍ୟରେ କରାଯାଇଥିବା ଏହି ବଡ଼ ସଫେଇ ଅଭିଯାନ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ ଜିତିନ ପ୍ରସାଦ ବୁଧବାର ଲୋକସଭାକୁ ସୂଚିତ କରିଛନ୍ତି।

ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରାଳୟ ଅନୁସାରେ ଏହି ଡିଆକ୍ଟିଭେସନ ନିତ୍ୟାନ୍ତ ଜରୁରି। କାରଣ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ଆଧାରନମ୍ବର ଡିଆକ୍ଟିଭେଟ କରି ଦିଆଯିବା ଦ୍ୱାରା ପରିଚୟ ଠକେଇ ରୋକାଯାଇ ପାରିବ। ଏହାଛଡା ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡିକର ଲାଭ ନେବାରେ ଏପରି ପଦକ୍ଷେପ କୌଣସି ଅନଧିକୃତ ଉପଯୋଗ ରୋକିବ । ଦେଶରେ ପାଖାପାଖି ୧୩୪କୋଟି ଆଧାର ହୋଲ୍ଡର ଥିବା କାରଣରୁ ସିଷ୍ଟମର ସଠିକତା ବଜାୟ ରଖିବା ଏକ ବହୁତ ବଡ଼ କାମ।

ସରକାର କହିଛନ୍ତି ଯେ ମୃତ୍ୟୁ ରେଜିଷ୍ଟ୍ରେସନର ସ୍ଥାନ ଆଧାରକାର୍ଡରେ ଲେଖାଯାଇଥିବା ଠିକଣାରୁ ପୃଥକ ହୋଇପାରେ। ଏହାଦ୍ୱାରା ସିଂକ୍ରୋନାଇଜଡ ଡିଆକ୍ଟିଭେସନ ପ୍ରୟାସ ଆହୁରି ଜରୁରି ହୋଇପଡିଛି। ଏହା ଦେଶବ୍ୟାପୀ ପ୍ରୟାସର ଏକ ବଡ଼ ରଣନୈତିକ ଅଂଶ। ଏହା ଦ୍ୱାରା ସରକାରୀ ସବସିଡି ଓ ସେବା କେବଳ ଜୀବିତ ଓ ସଠିକ ହିତାଧିକାରୀଙ୍କୁ ମିଳିପାରିବ ତାହା ସୁନିଶ୍ଚିତ ହେବ। ପୂରୁଣା ରେକର୍ଡ ହଟେଇବା ବ୍ୟତୀତ ମନ୍ତ୍ରାଳୟ ସିଷ୍ଟମ ସୁରକ୍ଷିତ ରଖିବା ପାଇଁ ଉପଲବ୍ଧ ଟେକ୍ନୋଲଜିର ସୁରକ୍ଷା ଉପାୟ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି।

ଏହା ବି ପଢନ୍ତୁ:-ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ଶେଷ କଥା, ବିମାନ କ୍ରାସ ପୂର୍ବରୁ କାହା ସହ ହୋଇଥିଲେ କଥା

Scroll to Top