MS Dhoni on world cup: ରୋ-କୋଙ୍କ ସପୋର୍ଟରେ ବାହାରିଲେ କ୍ୟାପଟେନ୍ କୁଲ୍, କହିଦେଲେ ଏମିତି

ms-dhoni-on-world-cup:-ରୋ-କୋଙ୍କ-ସପୋର୍ଟରେ-ବାହାରିଲେ-କ୍ୟାପଟେନ୍-କୁଲ୍,-କହିଦେଲେ-ଏମିତି

ନୂଆଦିଲ୍ଲୀ ୦୪/୦୨: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ । ମହେନ୍ଦ୍ର ସିଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବେ ସେ ପପୁଲାର । ମୈଦାନରେ ଯେମିତି କୁଲ୍, ବାହାରେ ବି ସେମିତି । ନା ଆସନ୍ତି ବିବାଦ ଘେରକୁ, ନା କୁହନ୍ତି କିଛି । ତାଙ୍କୁ ଲାଇମ୍ ଲାଇଟ୍କୁ ଆସିବାକୁ ପସନ୍ଦ କରନ୍ତି ସେ । କିନ୍ତୁ ଅନେକ ସମୟରେ ତାଙ୍କୁ ନେଇ ହୁଏ ପ୍ରବଳ ଚର୍ଚ୍ଚା । ତଥାପି କେବେ କାହାରି କଥାରେ ରଖନ୍ତିନି ରିଆକ୍ସନ । ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ମାହୀ । ତା ପୁଣି ନିଜର ପ୍ରିୟ ଖେଳାଳିଙ୍କ ସପକ୍ଷରେ ।

କହିବାକୁ ଗଲେ ରୋ-କୋଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।୨୦୨୭ ODI ବିଶ୍ୱକପରେ ବିରାଟ କୋହଲି-ରୋହିତ ଶର୍ମା ଖେଳିବେ କି ନାହିଁ ତାର ଉତ୍ତର ଦେଇଛନ୍ତି ସେ । ପ୍ରଶଂସକଙ୍କ ଅନେକ ଦିନର ପ୍ରଶ୍ନର ଜବାବ ରଖିଛନ୍ତି ଧୋନି । ପୂର୍ବତନ ଭାରତୀୟ ଅଧିନାୟକ ଧୋନି କହିଛନ୍ତି ବିଶ୍ୱକପ୍ ଖେଳିବା ପାଇଁ ବୟସ ନୁହେଁ ଫିଟ୍‌ନେସ୍ ଜରୁରୀ । ବିରାଟ ଓ ରୋହିତ ବିଶ୍ୱକପରେ ଖେଳିବା ଉଚିତ । ବୟସ ଏଥିପାଇଁ ବଡ଼ ବାଧକ ନୁହେଁ । କାରଣ ବିରାଟ ଓ ରୋହିତ ଫର୍ମ ଭଲ ଅଛି । ସେମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।

🚨 MS Dhoni wants Rohit Sharma & Virat Kohli for the 2027 World Cup

MS Dhoni: Why should they not play? For me age is not the criteria, performance and fitness are. Just because someone is in their 30s, deciding whether they can play or not isn’t for us. There is always a need… pic.twitter.com/Z8QDRNzGMo

— Rohan💫 (@rohann__45) February 4, 2026

୪୪ ବର୍ଷୀୟ ଧୋନୀ ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ କି, ୩୦ରୁ ଅଧିକ ବୟସ ଖେଳାଳିଙ୍କ ଉପରେ ପ୍ରଶ୍ନ କରିବା ଠିକ୍ ନୁହେଁ । ସେ ଆହୁରି କହିଥିଲେ କି, ରୋ-କୋଙ୍କ ପରି ଅନୁଭବୀ ଖେଳାଳି ବିଷୟରେ ଏପରି କହିବା ଠିକ୍ ନୁହେଁ । ଧୋନି ଆହୁରି କହିଛନ୍ତି ଯେ, ସେମାନଙ୍କ ଉପରେ ନିର୍ଭର କରେ ଉଭୟ ଖେଳିବେ କି ନାହିଁ । କିନ୍ତୁ ମୋ ମତରେ ଉଭୟ ଖେଳିବା ନିହାତ ଦରକାର ।କାର୍ଯ୍ୟକ୍ରମରେ ଏମଏସ ଧୋନି କହିଥିଲେ, ବୟସ କଣ ଗୁରୁତ୍ୱପୂର୍ଣ୍ଣ? ଆଦୌ ନୁହେଁ । ଫିଟନେସ୍ ଗୁରୁତ୍ୱପୂର୍ଣ୍ଣ ।

ଯଦି ଜଣେ ୨୨ ବର୍ଷୀୟ ଖେଳାଳି ଫିଟ୍ ନହୁଏ, ତେବେ ସେ ଦଳରେ ରହିବା ଉଚିତ୍ ନୁହେଁ। ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅଛି। ରୋହିତ, ବିରାଟ କିମ୍ବା ଭବିଷ୍ୟତରେ ଅନ୍ୟ କୌଣସି ଖେଳାଳି ପରବର୍ତ୍ତୀ ବିଶ୍ୱକପ୍ ଖେଳିବେ କି ନାହିଁ ତାହା ନିଷ୍ପତ୍ତି ନେବା ଆମର କାମ ନୁହେଁ। ଯଦି ସେମାନେ ନିରନ୍ତର ଭଲ ପ୍ରଦର୍ଶନ କରୁଛନ୍ତି । ଦେଶ ପାଇଁ ଖେଳିବାର ଆଗ୍ରହ ରଖିଛନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ଖେଳିବା ଉଚିତ।

ଗତ ବର୍ଷ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୨୦୨୭ ବିଶ୍ୱକପରେ ଅଂଶଗ୍ରହଣକୁ ନେଇ ଆଲୋଚନା ଜୋର ଧରିଥିଲା । ସେତେବେଳେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗତ ବର୍ଷ କହିଥିଲେ ଯେ ଉଭୟ ଖେଳାଳି ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ନୁହଁନ୍ତି । ୨୦୨୭ ଦିନିକିଆ ବିଶ୍ୱକପ୍ ସୁଦ୍ଧା ରୋହିତଙ୍କ ବୟସ ୪୦ ବର୍ଷରୁ ଅଧିକ ହେବ । କୋହଲିଙ୍କ ବୟସ ପ୍ରାୟ ୩୯ ହେବ।

ତଥାପି, ଉଭୟ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଏକଦିବସୀୟ କ୍ରିକେଟରେ ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସେମାନଙ୍କର ସମାଲୋଚକମାନଙ୍କୁ ଜବାବ ଦେଇଛନ୍ତି । ସେମାନଙ୍କର ସ୍ଥିର ପ୍ରଦର୍ଶନ ପ୍ରମାଣ କରିଛି ଯେ ବୟସ ଅପେକ୍ଷା ଅଭିଜ୍ଞତା ଓ ଶ୍ରେଣୀ ଅଧିକ ଗୁରୁତ୍ୱପୂର୍ଣ୍ଣ । ଧୋନି ଦଳ ଚୟନରେ ସନ୍ତୁଳନ ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଯୁବ ଉତ୍ସାହ ଏବଂ ଅଭିଜ୍ଞତାର ସଠିକ୍ ମିଶ୍ରଣ ଜରୁରୀ, କିନ୍ତୁ ଏହା ଫିଟନେସ୍ ମୂଲ୍ୟରେ ହେବା ଉଚିତ୍ ନୁହେଁ।

ଏମ୍ ଏସ୍ ଧୋନି କହିଛନ୍ତି, ଯଦି ଜଣେ ଖେଳାଳି ୩୫ ବର୍ଷ ବୟସର ତେବେ ସେ ସମ୍ପୂର୍ଣ୍ଣ ଫିଟ୍ । ତାଙ୍କ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ । ୨୪ ବର୍ଷ ବୟସର ଓ ୩୫ ବର୍ଷ ବୟସର ଖେଳାଳିଙ୍କ ପ୍ରଦର୍ଶନ ମାନଦଣ୍ଡ ସମାନ ହେବା ଉଚିତ। ଚୟନରେ କାହାକୁ ଭିନ୍ନ ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଯଦି ଜଣେ ଖେଳାଳି ଫିଟ୍ ଅଛନ୍ତି ଏବଂ ଭଲ ପ୍ରଦର୍ଶନ କରୁଛନ୍ତି, ତେବେ ତାଙ୍କର ଦଳରେ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି।

ଏମଏସ ଧୋନିଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ଦଳର ଭବିଷ୍ୟତ ଓ ୨୦୨୭ ODI ବିଶ୍ୱକପ୍ ପାଇଁ ଏହାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ତୀବ୍ର ହେଉଛି । ତାଙ୍କର ଏହି ବକ୍ତବ୍ୟକୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମର୍ଥନ ଭାବରେ ଦେଖାଯାଉଛି ।

also read..

୪-୫ ଦିନରେ ପାକିସ୍ତାନ ସିଧା ହେବ, ଭାରତ ସହ ଖେଳିବାକୁ ହଁ’ କହିବ…ଅଶ୍ୱିନ୍ କହିଲେ କାରଣ

Scroll to Top