ଭୁବନେଶ୍ୱର ୦୪।୦୨ : ପୋଲିସ ଏସ୍ଆଇ ନିଯୁକ୍ତି ସ୍କାମ୍ରେ ତଦନ୍ତ ତ ଢ଼େର ହେଲାଣି । ହେଲେ ସରକାର ନିଯୁକ୍ତି କଥା ଭୁଲିଗଲେଣି । ସରକାରଙ୍କ ଉଦାସୀନତା ଆଉ ସହିବୁ ନାହିଁ । ଏଣିକି ଆନ୍ଦୋଳନ ହେବ । ନିଯୁକ୍ତି ଦୁର୍ନୀତି ଓ ଚାକିରି ବିକ୍ରିକୁ ପ୍ରସଙ୍ଗ କରି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ ସଂଗଠନ ଏହି ଧମକ ଦେଇଛି । ଆସନ୍ତା ୫ ତାରିଖରେ ଗାନ୍ଧିମାର୍ଗରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି ।
ଏ ଖବରବି ପଢନ୍ତୁ: GenZ ମହିଳାଙ୍କୁ ଦୁଷ୍କର୍ମ, ପେଟରୁ କାଢିଦେଲେ ଗର୍ଭାଶୟ : ସୀମା ଟପିଲା ଇରାନ୍ ସେନାର ବର୍ବରତା
ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପ୍ସନ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଆବାହକ ବିଭୁତି ଭୂଷଣ ମହାପାତ୍ର କହିଛନ୍ତି, ୨୦୨୪ ମସିହା ଏସଆଇ ପରୀକ୍ଷା ପୂର୍ବରୁ ଦୁଇ ଥର ବାତିଲ ହୋଇଥିଲା । ଏଯାଏଁ ପରୀକ୍ଷା ତାରିଖ ଘୋଷଣା କରାଗଲାନାହିଁ । ପୁଲିସ ଏସ୍ଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଶତାଧିକ ଗିରଫ ହେଲେ । ମାଷ୍ଟରମାଇଣ୍ଡ ବି ଧରାପଡି଼ଲା । ହେଲେ ଏଯାବତ୍ ଏସଆଇ ପରୀକ୍ଷା ତାରିଖ ଘୋଷଣା ହେଉନି । ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯାଉ । ନଚେତ୍, ସିବିଆଇ ତଦନ୍ତର ସ୍ଥିତି ଓ ଏସଆଇ ପରୀକ୍ଷାରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ ଡାକରା ଦିଆଯାଇଛି । ସମ୍ମିଳନୀରେ ସଂଗଠନର ସଦସ୍ୟ ତଥା ପରୀକ୍ଷାର୍ଥୀ ସୌମ୍ୟ ଅନୁପ୍ରାସ, ସ୍ମୁତି ରଞ୍ଜନ ଆଚାର୍ଯ୍ୟ, ବିଘ୍ନେଶ ପଟେଲ, ସନ୍ତୋଷ ସାହୁ, ମହେଶ କୁମାର ବଁଶୁର, ବିଷ୍ଣୁ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।
ଏ ଖବରବି ପଢନ୍ତୁ: ଲିବିୟା ରାଜନୀତିରେ ହଟଚମଟ: ଗଦ୍ଦାଫି ପୁଅକୁ ଗୁଳି କରି ହତ୍ୟା




