ଭିଜିଲାନ୍ସ ହାବୁଡ଼ରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭିଜିଲାନ୍ସ-ହାବୁଡ଼ରେ-କନିଷ୍ଠ-ଯନ୍ତ୍ରୀ,-୨୦-ହଜାର-ଟଙ୍କା-ଲାଞ୍ଚ-ନେବାବେଳେ-ଧରାପଡ଼ିଲେ

ଭିଜିଲାନ୍ସ ହାବୁଡ଼ରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

Published By: Ruby – Prameya-News7 Bureau | February 03, 2026 01:47 PM

NEWS7

Vigilance Raid

ମାଲକାନଗିରି ୩।୨: ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଲକାନଗିରି ଭିଜିଲାନ୍ସ ବିଭାଗ ହାତରେ ଧରାପଡିଲେ ଟାଟା ପାୱାର କମ୍ପାନୀର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ । ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ । ହିତାଧିକାରୀ ଟଙ୍କା ନେଇ ଏକ ବହି ଦୋକାନରେ ଦେଇଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡି ବସିଥିଲା । ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକଙ୍କୁ ଡିଭିଜନ ଅଫିସକୁ ନେଇ ପଚରା ଉଚୁରା କରୁଛି ଭିଜିଲାନ୍ସ ବିଭାଗ ।

Scroll to Top