ହେବ କି ବଡ଼ ଡିଲ୍ ? ପିଏମ ମୋଦୀଙ୍କ ସହ ଫୋନରେ କଥା ହେଲେ ଡୋନାଲ୍ଡ ଟ୍ରମ୍ପ
ଭାରତ ଏବଂ ଆମେରିକା ମାର୍ଚ୍ଚ ୨୦୨୫ ଠାରୁ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି। ଗତ ବର୍ଷ ଅଗଷ୍ଟ ମାସରୁ, ଆମେରିକା ଭାରତୀୟ ରପ୍ତାନୀ ଉପରେ ୫୦% ର ଏକ ବଡ଼ ଶୁଳ୍କ ଲାଗୁ କରିଛି ।
Published By: Tapas – Prameya-News7 Bureau | February 02, 2026 10:01 PM
NEWS7
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏକ ଟ୍ବିଟ ମାଧ୍ୟମ ଏହି ସୂଚନା ଦେଇଛନ୍ତି। ସେ ଏହି ଆଲୋଚନା ବିଷୟରେ ଅଧିକ ବିବରଣୀ ପ୍ରଦାନ କରିନାହାନ୍ତି । କିନ୍ତୁ ଖୁବଶୀଘ୍ର ବଡ଼ ସୂଚନା ଦେବେ ବୋଲି ଇସାରା ଦେଇଛନ୍ତି ।
ମୋଦୀ-ଟ୍ରମ୍ପ ଆଲୋଚନା ଏପରି ସମୟରେ ହୋଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଖୁବଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି।
ଭାରତ ଏବଂ ଆମେରିକା ମାର୍ଚ୍ଚ ୨୦୨୫ ଠାରୁ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି। ଗତ ବର୍ଷ ଅଗଷ୍ଟ ମାସରୁ, ଆମେରିକା ଭାରତୀୟ ରପ୍ତାନୀ ଉପରେ ୫୦% ର ଏକ ବଡ଼ ଶୁଳ୍କ ଲାଗୁ କରିଛି । ଏହା କୌଣସି ଦେଶ ଉପରେ ଲାଗୁ ହୋଇଥିବା ସର୍ବାଧିକ ଶୁଳ୍କ । ଏଥିରେ ରୁଷୀୟ ତୈଳ କ୍ରୟ ଉପରେ ୨୫% ଶୁଳ୍କ ଅନ୍ତର୍ଭୁକ୍ତ।




