ପୁରୀରେ ଚାଞ୍ଚଲ୍ୟ, ହୋଟେଲରୁ ଦୁଇ ଝୁଲନ୍ତା ମୃତଦେହ ଉଦ୍ଧାର
Published By : Prameya-News7 Bureau | August 14, 2025 IST

ପୁରୀ: ହୋଟେଲ ରୁମ୍ ଭିତରୁ ମୃତଦେହ ଉଦ୍ଧାର। ପୁରୀ ପେଣ୍ଠକଟା ନିକଟରେ ଥିବା ଏକ ହୋଟେଲରୁ ଦୁଇଟି ମୃତଦେହ ଉଦ୍ଧାର କରିଛି ସମୁଦ୍ର କୂଳ ଥାନା ପୋଲିସ। ହୋଟେଲ ରୁମ୍ର ପଙ୍ଖାରେ ଜଣେ ମହିଳା ଓ ପୁରୁଷ ଝୁଲିପଡିଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଦୁଇଜଣ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେଉଁ କାରଣରୁ ସେମାନେ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଛି।
ତେବେ ଗତ ଦୁଇଦିନ ହେବ ଦୁଇ ଜଣ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ସମୁଦ୍ର କୂଳ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ମୃତକ ଦୁଇଜଣ ପୂର୍ବରୁ ପ୍ରେମ କରୁଥିଲେ। ପରିବାର ଲୋକେ ଏହାକୁ ବାରଣ କରିବାରୁ ଉଭୟଙ୍କ ବାହାଘର ଅନ୍ୟ ସ୍ଥାନରେ ହୋଇଥିଲା। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଟେଲ ରୁମରୁ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ସମ୍ବନ୍ଧିତ ଖବର







