ଋଷିଆରେ ପ୍ରକୃତିର ଚମତ୍କାର, ଏକ ସାଙ୍ଗରେ ଦେଖା ଗଲା ୪ ଚନ୍ଦ୍ର

ଋଷିଆରେ-ପ୍ରକୃତିର-ଚମତ୍କାର,-ଏକ-ସାଙ୍ଗରେ-ଦେଖା-ଗଲା-୪-ଚନ୍ଦ୍ର

ସେଣ୍ଟ ପିଟର୍ସବର୍ଗ ୧।୨: ଋଷିଆର ଐତିହାସିକ ତଥା ପ୍ରସିଦ୍ଧ ସହର ସେଣ୍ଟ ପିଟର୍ସବର୍ଗ ଆକାଶରେ ରବିବାର ଚମତ୍କାର ଦେଖାଯାଇଛି। ଏହି ଅନନ୍ୟ ଖଗୋଳୀୟ ଘଟଣା ନା କେବଳ ସ୍ଥାନୀୟ ଲୋକେ ବରଂ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ରବିବାର ୧ ଫେବୃଆରୀ ୨୦୨୬ ସାନ୍ଧ୍ୟ ଆକାଶରେ ୪ଟି ଚନ୍ଦ୍ର ଏକ ସାଥୀରେ ଝଟକୁଥିବା ଦେଖାଯାଇଛନ୍ତି। ଫଳରେ ପୁରା ବାତାବରଣ ରହସ୍ୟମୟ ଓ ରୋମାଞ୍ଚକର ହୋଇ ଉଠିଛି। ଏହି ବିରଳ ଓ ବିସ୍ମୟକାରୀ ଦୃଶ୍ୟକୁ ଲୋକେ ସେମାନଙ୍କ ମୋବାଇଲ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ବେଳେ ତାହା ଭାଇରାଲ ହୋଇଯାଇଛି।

ତେବେ ଖଗୋଳୀୟ ବୈଜ୍ଞାନିକଙ୍କ ଅନୁସାରେ ଏହା କୌଣସି ଏଲିୟନ ଅଥବା ଅଲୌକିକ ଘଟଣା ନୁହେଁ ବରଂ ଏକ ଅପ୍ଟିକ ଭ୍ରମ, ଯାହାକୁ ବୈଜ୍ଞାନିକ ଭାଷାରେ ‘ପ୍ୟାରାସେଲେନେ’ ବା ‘ମୁନ ଡଗ୍’ କୁହାଯାଏ। ଏପରି ଘଟଣା ସେତେବେଳେ ଘଟେ ଯେତେବେଳେ ଚନ୍ଦ୍ରଙ୍କ କିରଣ ବାୟୁମଣ୍ଡଳରେ ଥିବା ବରଫ କ୍ରିଷ୍ଟଲରେ ଧକ୍କା ଲାଗି ପ୍ରତିଫଳିତ ହୁଏ। ଏହି ଘଟଣା ପାଇଁ ବୈଜ୍ଞାନିକ ସେଣ୍ଟ ପିଟର୍ସବର୍ଗର ଅତ୍ୟଧିକ ଶୀତଳ ଜଳବାୟୁ ପାଇଁ ବୋଲି କହିଛନ୍ତି। ଏଠାକାର ତାପମାତ୍ରା ଏବେ ବିଯୁକ୍ତ ୨୦ ଡିଗ୍ରି ସେଲସିୟସ୍ ରୁ ବି ତଳକୁ ଖସି ଯାଇଛି।

Four moons appear over Russia’s St. Petersburg

The spectacle, known as a paraselene, was created by moonlight bending through ice crystals in the frosty atmosphere pic.twitter.com/J5C5h4uDx8

— RT (@RT_com) February 1, 2026

ଅତ୍ୟଧିକ ଶୀତଳତା ଯୋଗୁ ବାୟୁମଣ୍ଡଳରେ ବରଫ କ୍ରିଷ୍ଟଲ ବେଶ ସହଜରେ ବନି ପାରିଛି। ବେଶ୍ ଉଚ୍ଚତାରେ ଥିବା ସିରସ ବାଦଲରେ ଥିବା ଷଡ଼କୋଣୀୟ ବରଫ କ୍ରିଷ୍ଟଲ ପ୍ରିଜିମ ଭଳି କାମ କରିଥାଏ। ଯେତେବେଳେ ଏହି ପ୍ରିଜିମରେ ଚନ୍ଦ୍ରଙ୍କ କିରଣ ୨୨ ଡିଗ୍ରି କୋଣ ସୃଷ୍ଟି କରେ ସେତେବେଳେ ଅସଲ ଚନ୍ଦ୍ରର ଦୁଇ ପଟେ ଦୁଇଟି ଝଟକୁଥିବା ଚନ୍ଦ୍ର ତିଆରି ହୋଇଯାଏ, ଯାହା ଠିକ୍ ଚନ୍ଦ୍ରଙ୍କ ଭଳି ଦେଖା ଯାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଘଟଣା ଠିକ୍ ‘ସନ ଡଗ୍’ ଭଳି। ଦିନରେ ବାୟୁମଣ୍ଡଳରେ ଏପରି ପ୍ରିଜିମ ତିଆରି ହେଲେ ସୂର୍ଯ୍ୟଙ୍କ ଦୁଇ ପାର୍ଶ୍ୱରେ ମଧ୍ୟ ଦୁଇଟି ସୂର୍ଯ୍ୟ ହୋଇଯାଏ।

ସାଧାରଣତଃ ପ୍ୟାରାସେଲେନେରେ ୨ଟି ନକଲୀ ଚନ୍ଦ୍ର ଦେଖାଯାଆନ୍ତି। ହେଲେ ସେଣ୍ଟ ପିଟର୍ସବର୍ଗର ବାୟୁମଣ୍ଡଳୀୟ ପରିସ୍ଥିତିରେ ରବିବାର ଆକାଶରେ ୪ଟି ଚନ୍ଦ୍ର ଦେଖାଯାଇଛନ୍ତି। ବାୟୁଣ୍ଡଳୀୟ ପରିସ୍ଥିତି ଓ ଚନ୍ଦ୍ର ଅଧିକ ଜ୍ୟୋତିସ୍ମାନ ହେବା (ପୂର୍ଣ୍ଣିମା ଆଖପାଖ ସମୟ) ଯୋଗୁ ଏକ ସଙ୍ଗରେ ଅନେକ ଚନ୍ଦ୍ର ଦେଖାଯାଇଛନ୍ତି। ଏଣୁ ଆକାଶରେ ୪ ଟି ଚନ୍ଦ୍ରର ଭ୍ରମ ସୃଷ୍ଟି ହୋଇଛି। ଏହା ପ୍ରକୃତିର ଅନନ୍ୟ ସୁନ୍ଦରତା ଓ ବାୟୁମଣ୍ଡଳୀୟ ଜଟିଳତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ବୈଜ୍ଞାନିକ କହିଛନ୍ତି। ତେବେ କେବଳ ଋଷିଆ କାହିଁକି ବିଶ୍ୱର କୌଣସି ଦେଶରେ ଏ ପର୍ଯ୍ୟନ୍ତ ଏପରି ଅନନ୍ୟ ଖଗୋଳୀୟ ଦୃଶ୍ୟ ଦେଖାଯାଇନି।

Scroll to Top