ରବିବାର ରାଶିଫଳ, ଦିନଟି ସାମାନ୍ୟ କଷ୍ଟକର ରହିବ, ଆର୍ଥିକ ସ୍ଥିତି ମଜବୁତ ହେବ

ରବିବାର-ରାଶିଫଳ,-ଦିନଟି-ସାମାନ୍ୟ-କଷ୍ଟକର-ରହିବ,-ଆର୍ଥିକ-ସ୍ଥିତି-ମଜବୁତ-ହେବ

ମେଷ– ଆସନ୍ତାକାଲିଆପଣଙ୍କ ପାଇଁ ରବିବାର ଘାତବାର ହେତୁ ଦିନଟି ସାମାନ୍ୟ କଷ୍ଟକର ରହିବ। ମନରେ ମାନସିକ କ୍ଳେଶ ଅନୁଭବ କରିବା ସହ ଅନାବଶ୍ୟକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ ହେବାର ଯୋଗ ରହିଛି। ନିଜର ଜିଦ୍ଖୋର ସ୍ୱଭାବ ତ୍ୟାଗ କରନ୍ତୁ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ବୃଷ– ଆଜି ଆପଣଙ୍କ ଶରୀର ସୁସ୍ଥ ରହିବା ସହ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ଲାଭ ହେବାର ସୁଯୋଗ ରହିଛି,ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ପରିବାରରେ ଆନନ୍ଦର ବାତାବରଣ ରହିବା ସହ କୌଣସି ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ମିଥୁନରବିବାରପରିଶ୍ରମ ଅନୁସାରେ ଫଳ ମିଳିବାରେ ବିଳମ୍ବ ହୋଇପାରେ ଏବଂ ପ୍ରତ୍ୟେକ ଉଦ୍ୟମରେ ବାଧା ଉପୁଜିବ। ଅପ୍ରତ୍ୟାଶିତ ଭାବେ ବ୍ୟୟ ବୃଦ୍ଧି ହେବା ଯୋଗୁଁ ଆପଣ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଅଧିକାଂଶ ସମୟ ଅନ୍ୟର ସମସ୍ୟା ସମାଧାନ କରିବାରେ ଅତିବାହିତ ହୋଇପାରେ।

କର୍କଟ– ଆସନ୍ତାକାଲିଆପଣଙ୍କ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ଶ୍ରୀ ଚନ୍ଦ୍ର ଯୋଗ ରହିଛି,ଯାହା ଫଳରେ ସର୍ବତ୍ର ସଫଳତା ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ ଏବଂ ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିବ। ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଆଜି ଏକ ଉତ୍ତମ ସୁଯୋଗ ମିଳିବ।

ସିଂହ– ଯାନବାହନ ଚଳାଚଳ ସମୟରେ ଅତି ସତର୍କ ରୁହନ୍ତୁ,କାରଣ ଦୁର୍ଘଟଣା ଭୟ ରହିଛି। ଅଯଥା କାର୍ଯ୍ୟକୁ ନେଇ ମାନସିକ ଦୁଶ୍ଚିନ୍ତା ବଢ଼ିପାରେ,ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। କାହାରି ସହ ଅଯଥା ଯୁକ୍ତିତର୍କ କଲେ ନିଜର ସମୟ ନଷ୍ଟ ହେବାର ଆଶଙ୍କା ରହିଛି।

କନ୍ୟାରବିବାରଆପଣଙ୍କ ପାଇଁ ଏକ ସୌଭାଗ୍ୟଶାଳୀ ଦିନ ହେବ ଏବଂ ଚତୁର୍ଦ୍ଦିଗରୁ ମର୍ଯ୍ୟାଦା ଲାଭ କରିବେ। ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ହଠାତ୍ ଅର୍ଥ ଲାଭ ଯୋଗ ରହିଛି। ସନ୍ତାନମାନଙ୍କ ତରଫରୁ କୌଣସି ଶୁଭ ଖବର ପାଇ ମନ ଗର୍ବିତ ହେବ।

ତୁଳା– କର୍ମକ୍ଷେତ୍ରରେ ଯଶ ଓ ପ୍ରଶଂସା ମିଳିବ,ଯାହା ଫଳରେ ଆପଣ ଉତ୍ସାହିତ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ରହିବା ସହ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଦୀର୍ଘ ଦିନରୁ ଅଟକି ରହିଥିବା ସରକାରୀ କାର୍ଯ୍ୟ ଆଜି ପୂର୍ଣ୍ଣ ହୋଇପାରେ।

ବିଛାଆସନ୍ତାକାଲିକୌଣସି ଜରୁରୀ କାର୍ଯ୍ୟରେ ବିଘ୍ନ ଘଟିପାରେ,ଯାହା ଫଳରେ ଆପଣଙ୍କ ମନ ଦୁର୍ବଳ ରହିବ। ଭାଗ୍ୟର ସହଯୋଗ କମ୍ ମିଳୁଥିବାରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାରବାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ– କଥାବାର୍ତ୍ତାରେ ସଂଯମତା ରଖନ୍ତୁ,ନଚେତ୍ ଅନ୍ୟମାନଙ୍କ ଦ୍ୱାରା ଅପମାନ ଯୋଗ ରହିଛି। ଶାରୀରିକ ଦୁର୍ବଳତା କିମ୍ବା ସ୍ୱାସ୍ଥ୍ୟ ହାନି ହେବାର ଆଶଙ୍କା ଥିବାରୁ ଖାଦ୍ୟପେୟର ଯତ୍ନ ନିଅନ୍ତୁ। ବିଶେଷ କରି ମାଂସପେଶୀ ଜନିତ ଯନ୍ତ୍ରଣା ଆପଣଙ୍କୁ ହଇରାଣ କରିପାରେ।

ମକରରବିବାରଆପଣଙ୍କୁ ବହୁ ପ୍ରତୀକ୍ଷିତ ବନ୍ଧୁ ସହଯୋଗ ମିଳିବ,ଯାହା ଦ୍ୱାରା ଅସମ୍ପୂର୍ଣ୍ଣ କାର୍ଯ୍ୟରେ ଉନ୍ନତି ହେବ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବା ସହ ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ ସମୟ ଅତିବାହିତ କରିବେ।

କୁମ୍ଭ– ଆର୍ଥିକ କ୍ଷେତ୍ରରେ ନୂତନ ସମ୍ଭାବନା ଦେଖାଦେବ ଏବଂ ନୂତନ ଆୟର ପନ୍ଥା ଫିଟିବ। ବ୍ୟବସାୟୀମାନଙ୍କ ପାଇଁ ବ୍ୟବସାୟରେ ଉନ୍ନତି ହେବା ସହ ଆଶାଜନକ ଲାଭ ମିଳିବ। ଆଜି ଆପଣ କୌଣସି ପୁରୁଣା ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ପାଇବେ।

ମୀନ– ମନରେ କୌଣସି କାରଣକୁ ନେଇ ଅସନ୍ତୋଷ ଭାବ ରହିପାରେ। ପ୍ରିୟଜନଙ୍କ ବିଷୟରେ କୌଣସି ଦୁଃଖଦ ଖବର ମିଳିବା ଫଳରେ ଶୋକ ଅନୁଭବ କରିପାରନ୍ତି। ଅନାବଶ୍ୟକ ଚିନ୍ତା ଯୋଗୁଁ ରାତିରେ ସୁନିଦ୍ରା ହେବାରେ ଅସୁବିଧା ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682

Scroll to Top