ଗାଡ଼ି ଚୋରକୁ ୧୦ ବର୍ଷ ଜେଲ, ଲକ୍ଷେ ଟଙ୍କା ଜରିମାନା
Published By: Kirti – Prameya-News7 Bureau | January 31, 2026 01:45 PM
NEWS7
ଭୁବନେଶ୍ୱର ୩୧।୦୧ : ଗାଡ଼ି ଚୋରକୁ ୧୦ ବର୍ଷ ଜେଲ। ଲକ୍ଷେ ଟଙ୍କା ଜରିମାନା । BNS ଲାଗୁ ହେବା ପରେ ସଙ୍ଗଠିତ ଅପରାଧ କ୍ଷେତ୍ରରେ ପ୍ରଥମ ଥର ଅଭିଯୁକ୍ତ ବିରୋଧରେ ଦଣ୍ଡବିଧାନ ଶୁଣାଇଛନ୍ତି ଭୁବନେଶ୍ବର ୨ୟ ଦୌରା ଜ ବନ୍ଦନା କର ।
୨୦୨୫ ମସିହା ୧୬ ଜୁନରେ ବାଇକ ଚୋର ଦୀପକ କୁମାର ସାହୁକୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ। ଏହାପରେ ପୋଲିସ ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ତଥ୍ୟ ଯୋଗାଡ଼ କରି କୋର୍ଟରେ ହାଜର କରିଥିଲା ପୋଲିସ । କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ଅଭିଯୁକ୍ତ ନାଁରେ ୨୮ଟି ମାମଲା ରହିଛି । ତେବେ ଦୀର୍ଘ ଦିନର ଶୁଣାଣି ପରେ ଶନିବାର ଦିନ ମାନ୍ୟବର କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଦୀପକକୁ ୧୦ ବର୍ଷ ଜେଲ୍ ସହ ଏକ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲ ଦଣ୍ଡ । ୫ ଜଣ ସାକ୍ଷୀ ଓ ପ୍ରମାଣ ଆଧାର ରେ ରାୟ ଶୁଣାଇ ଛନ୍ତି କୋର୍ଟ।




