Published By: Kirti – Prameya-News7 Bureau | January 31, 2026 11:52 AM
NEWS7
ଭୁବନେଶ୍ୱର ୩୧।୦୧ : ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ ସିବିଆଇ। ସୁନ୍ଦରଗଡ଼ MCLରେ ଦିଲ୍ଲୀ CBIର ଚଢ଼ଉ ପରେ ନୂଆ ତଥ୍ୟ । ସନ୍ଦେହ ଘେରରେ ସିବିଆଇ ଭୁବନେଶ୍ବର ଶାଖାରେ ASI ପ୍ରଶାନ୍ତ ପଲେଇ ।
CBI ASIଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। MCL ରୁ ଲାଞ୍ଚ ନେଉଥିବା ଜଣାପଡିବା ପରେ ହୋଇଛି ମାମଲା ରୁଜୁ। ଦିଲ୍ଲୀ CBI କରିଛି ଭୁବନେଶ୍ବର CBI ASIଙ୍କ ନାମରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଏମସି ଦିଲ୍ଲୀ ସିବିଆଇ ପକ୍ଷରୁ ଚଢାଉ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିବିଆଇ ଭୁବନେଶ୍ବର ଶାଖାରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ ସନ୍ଦେହ ଘେରକୁ ଆସିଛନ୍ତି। ବସୁନ୍ଧରା ଅଞ୍ଚଳରେ ଏମ୍ସିଏଲ୍ ଗର୍ଜନବାହାଲ ଓପନ କାଷ୍ଟ ପ୍ରୋଜେକ୍ଟର ଡେସ୍ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ ବା କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଲାଭ ସଂଗ୍ରହ କରିଥିବା ଜଣାପଡ଼ିଛି। ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେହି ଆଧାରରେ ସିବିଆଇର ଏଏସ୍ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏହି ଲିଙ୍କ୍ରେ ଦିଲ୍ଲୀ ସିବିଆଇର ୩ଜଣିଆ ଦଳ ସୁନ୍ଦରଗଡ଼ର ଏମ୍ସିଏଲ୍ରେ ଚଢ଼ଉ କରୁଥିବା ଜଣାପଡ଼ିଛି।




