ମହିଳା ସଶକ୍ତିକରଣରେ ଆଉ ପାଦେ ଆଗେଇଲା ଓଡ଼ିଶା, ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର
Published By: Prativa – Prameya-News7 Bureau | January 31, 2026 10:40 AM
NEWS7
ଭୁବନେଶ୍ୱର ୩୧/୦୧: ମହିଳା ଚଳାଇବେ ‘ଆମ ବସ୍’ । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର । ଆଜି ୫.୩୦ରେ ରହିଛି ତାଙ୍କ ବିମାନ । ଫ୍ଲାଇଟ ଟିକେଟ ପ୍ରଦାନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସ୍ ର ତାଲିମ ନେବେ ଏମାନେ ।
Women empowerment is the cornerstone of a progressive Odisha.
As 20 women begin their journey in urban transport with skill and confidence, they reaffirm our commitment to inclusive growth, dignity of work and women-led development.#WomenInTransport pic.twitter.com/PW01chdta9
— H & UD Dept (@HUDDeptOdisha) January 31, 2026
୧୭ ଫେବୁଆରୀରେ ଫେରିବେ ଟିମ । ଆମ ବସ ଛୋଟ ବା ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର। ପୁଣେ ଟ୍ରାଫିକରେ ଚଳାଇବା ର ତାଲିମ ନେଇ ଆସିବେ ଏମାନେ । ଟ୍ରେନିଂ ପରେ ମହିଳା ଡ୍ରାଇଭର ଫେରିବା ପରେ ସୁଭଦ୍ରା ବସ ଚଲେଇବା ପାଇଁ ଲକ୍ଷ ରହିଛି । କେବଳ ମହିଳା ମାନେ ହି ବସ୍ରେ ଦାୟିତ୍ୱ ନେବେ। ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ ।




