Big Warning To Pakistan: ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ, ଭୁଲ୍ କଲେ ପରିଣାମ ଭୋଗିବ

big-warning-to-pakistan:-ପାକିସ୍ତାନକୁ-କଡ଼ା-ଜବାବ-ଦେଲା-ଭାରତ,-ଭୁଲ୍-କଲେ-ପରିଣାମ-ଭୋଗିବ

ଅସୀମ ମୁନୀରଙ୍କ ଧମକକୁ ନିନ୍ଦା କଲା ଭାରତ । ବାରମ୍ୱାର ଧମକ ଦେଉଛ, ସେ ଧମକକୁ ଭାରତ ଡରିନି । ଯଦି କୌଣସି ଭୁଲ୍ ପାକିସ୍ତାନ କରେ, ତେବେ କଷ୍ଟଦାୟକ ପରିଣାମ ଭୋଗିବ ବୋଲି କହିଛି ଭାରତ ।

ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ୍ ମୁନୀରଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଭାରତ ପାକିସ୍ତାନର ସେନାମୁଖ୍ୟ ଅସୀମ୍ ମୁନୀରଙ୍କ ଧମକକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପାକିସ୍ତାନ ନିଜର ବିଫଳତାକୁ ଲୁଚାଇବା ପାଇଁ ଭାରତ ବିରୋଧୀ ମନ୍ତବ୍ୟକୁ ଢାଲ ଭାବେ ବ୍ୟବହାର କରୁଛି। ଭାରତ କହିଛି ଯେ ଯଦି ପାକିସ୍ତାନ କୌଣସି ଭୁଲ କାର୍ଯ୍ୟ କରେ, ତେବେ ତାକୁ କଷ୍ଟଦାୟକ ପରିଣାମ ଭୋଗିବାକୁ ପଡ଼ିବ । ଅତୀତରେ ଭାରତ ଏପରି କରି ଦେଖାଇଛି ।

ରଣଧୀର ଜୟସ୍ୱାଲ ପାକିସ୍ତାନକୁ ପାଲଟା ଚେତାବନୀ ଦେଇଛନ୍ତି । ଯଦି ପାକିସ୍ତାନ କୌଣସି ଦୁଃସାହସିକ କାର୍ଯ୍ୟ କରେ, ତେବେ ତାହାର ପରିଣାମ ପାକିସ୍ତାନ ନିଶ୍ଚିତ ଭୋଗିବ । ଏବେ ତାହା ସାରା ବିଶ୍ୱ ଦେଖିଛି । ମେ’ ମାସରେ ହୋଇଥିବା ଉତ୍ତେଜନା ଓ ସାମରିକ ସଂଘର୍ଷର ଉଲ୍ଲେଖ କରି ସେ କହିଛନ୍ତି, ଯେତେବେଳେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକୁ ନିଶାନା କରିଥିଲା। ପହଲଗାମ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନକୁ ଭାରତ ‘ଅପରେସନ୍ ସିନ୍ଦୂର’ ନାମ ଦେଇଥିଲା।

Also Read

ମୁନୀର ଧମକ ଦେଇଥିଲେ ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧରେ ତାଙ୍କ ଦେଶର ଅସ୍ତିତ୍ୱକୁ ବିପଦ ଅନୁଭବ ହୁଏ, ତେବେ ସେ ଏହି ଅଞ୍ଚଳକୁ ପରମାଣୁ ବୋମାରେ ଆକ୍ରମଣ କରିବେ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁନୀରଙ୍କ ଆମେରିକା ଗସ୍ତ ସମୟରେ ମଧ୍ୟ ଦେଇଥିବା ବୟାନକୁ ସମର୍ଥନ କରିଥିଲା। ମୁନୀର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଗୁଜରାଟ ଜାମନଗର ରିଫାଇନାରୀକୁ ଉଡାଇଦେବାର ମଧ୍ୟ ଧମକ ଦେଇଥିଲେ।

ପରେ ଭାରତ ଅସୀମ୍ ମୁନୀରଙ୍କ ମନ୍ତବ୍ୟକୁ ‘ଅତ୍ୟନ୍ତ ଦାୟିତ୍ୱହୀନ’ ଓ ଆଞ୍ଚଳିକ ତଥା ବିଶ୍ୱ ସୁରକ୍ଷା ପାଇଁ ବିପଦ ବୋଲି ନିନ୍ଦା କରିଛି। ଭାରତ କହିଛି ଯେ ପରମାଣୁ ଧମକ ଦେବା ପାକିସ୍ତାନର ‘ପୁରୁଣା ଅଭ୍ୟାସ’। ଭାରତ ପାକିସ୍ତାନ ସମେତ ସମଗ୍ର ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଭାରତ ପରମାଣୁ ବ୍ଲାକମେଲ ଆଗରେ ନଇଁବ ନାହିଁ ଏବଂ ନିଜର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ।

ଅଧିକ ପଢ଼ନ୍ତୁ: ଚାଟଜିପିଟିର ପରାମର୍ଶ ନେଇ ପଡିଗଲେ ବିରଳ ରୋଗରେ, ଆକାଶରୁ ଶୁଣିଲେ ଶୂନ୍ୟବାଣୀ

ଓଟିଭି ହ୍ଵାଟ୍ସଅପ

Scroll to Top