କିଛି ଦେଖାଗଲାନି, ଧକ୍କା ହୋଇ ଛିଟିକି ପଡ଼ିଲେ : ଚାଲିଗଲେ…

କିଛି-ଦେଖାଗଲାନି,-ଧକ୍କା-ହୋଇ-ଛିଟିକି-ପଡ଼ିଲେ-:-ଚାଲିଗଲେ…

କିଛି ଦେଖାଗଲାନି, ଧକ୍କା ହୋଇ ଛିଟିକି ପଡ଼ିଲେ : ଚାଲିଗଲେ…

Published By: Ruby – Prameya-News7 Bureau | January 30, 2026 12:31 PM

NEWS7

Athgarh News

ଆଠଗଡ଼ ୩୦।୧: ଭୀଷଣ କୁହୁଡ଼ିରେ ଦେଖାଗଲାନି କିଛି । ଆଗରୁ ଆସୁଥିଲା ମୃତ୍ୟୁ । ବସ୍ରେ ଧକ୍କା ହୋଇ ଛିଟିକି ପଡିଲେ ବାଇକ୍ ଚାଳକ । ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ। ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟୁଣି-ନରସିଂହପୁର ୬୫ ନଂ ରାଜ୍ଯ ରାଜପଥ ମାଣିଆବନ୍ଧ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ୧୮ ବର୍ଷ ବୟସ୍କ ଅର୍ମାନ ବେହେରା ନିଜ ସାଙ୍ଗ ସହିତ ବୁଲେଟରେ ବଡ଼ମ୍ବା ଅଞ୍ଚଳରେ ଥିବା କୋଚିଂ ସେଣ୍ଟରକୁ ଯାଉଥିଲେ । ମାଣିଆ ବନ୍ଧ ପେଟ୍ରୋଲ ପମ୍ପ ନିକଟରେ ଭୀଷଣ କୁହୁଡ଼ି ଯୋଗୁଁ କିଛି ଦେଖା ନଯିବାରୁ ବିପରୀତ ଦିଗରୁ ଆସୁଥିବା ଘରୋଇ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ନିଜ ବୁଲେଟରୁ ରାସ୍ତା ଉପରେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ପଠାଇଥିଲେ । ତେବେ ସେଠାରେ ଡ଼ାକ୍ତର ଅର୍ମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ସାଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ବସ୍ର ଚାଳକ ମାଣିଆ ବନ୍ଧ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଲେଟକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଅର୍ମାନ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଯୁକ୍ତ ୨ ବାଣିଜ୍ଯ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ।

Scroll to Top