ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବାହାରିଲା ବନ୍ଧୁକ, ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କ ଭୟ

ଅଷ୍ଟମ-ଶ୍ରେଣୀ-ଛାତ୍ରଙ୍କ-ନିକଟରୁ-ବାହାରିଲା-ବନ୍ଧୁକ,-ସ୍କୁଲ-ଯିବାକୁ-ଛାତ୍ରଛାତ୍ରୀଙ୍କ-ଭୟ

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବାହାରିଲା ବନ୍ଧୁକ, ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କ ଭୟ

Published By: Chandan – Prameya-News7 Bureau | January 30, 2026 10:21 AM

NEWS7

Gun found in school bag

ନୀଳଗିରି: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଜବତ ହୋଇଛି ବନ୍ଧୁକ। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା। ପୋଲିସକୁ ଚାରି ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ପଞ୍ଚାୟତରେ ଥିବା ଦାସ ମହାପାତ୍ର ବାଞ୍ଛାନିଧି ବିଦ୍ୟାଳୟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଜଣେ ଅଷ୍ଟମ ଶ୍ରେଣୀ ନାବାଳକ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ଖବର ପାଇ ବିଦ୍ୟାଳୟରେ ଖନ୍ତାପଡ଼ା ପୋଲିସ ଏଏସଆଇ ସାଦା ପୋଷାକରେ ପହଞ୍ଚି ବନ୍ଧୁକ ଜବତ ସହିତ ନାବାଳକକୁ ଥାନାକୁ ଆଣିବା ବେଳେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦ୍ୱାରା ଦୀର୍ଘ ସମୟ ବିରୋଧର ଶିକାର ହେବାକୁ ପଡିଛି। ଅନ୍ୟପଟେ ଖନ୍ତାପଡ଼ା ଥାନା ଏସଆଇ ବିକ୍ରମ ମହାପାତ୍ର ପହଂଚି ଅଞ୍ଚଳବାସୀଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ନାବାଳକ ପିଲାର ପରିବାର ଖନ୍ତାପଡ଼ା ପୋଲିସକୁ ଲିଖିତ ପ୍ରତିଶୃତି ପରେ ପିଲାଟିକୁ ପରିବାର ଲୋକଙ୍କ ହେପାଜତରେ ଛାଡିଥିବା ଜଣାପଡିଛି। ଜବତ ହୋଇଥିବା ବନ୍ଧୁକ ଅସଲି କି ନକଲି ଏହା ଫରେନସିକ ଯାଞ୍ଚ ପରେ ଜଣା ପଡିବ ବୋଲି ଖନ୍ତାପଡ଼ା ପୋଲିସ ସୂଚନା ଦେଇଛି। ତେବେ ବିଦ୍ୟାଳୟରେ ବନ୍ଧୁକ ବାହାରିବା ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ପୋଲିସ ଘଟଣା କୁ ଗୁରୁତର ସହ ନେଇ ତଦନ୍ତ ଜାରିରଖିଛି।

Scroll to Top