ଚଳନ୍ତା ଟ୍ରଲରରେ ଲାଗିଲା ନିଆଁ, ନାକେଦମ ଅଗ୍ନିଶମ ବାହିନୀ

ଚଳନ୍ତା-ଟ୍ରଲରରେ-ଲାଗିଲା-ନିଆଁ,-ନାକେଦମ-ଅଗ୍ନିଶମ-ବାହିନୀ

ଚଳନ୍ତା ଟ୍ରଲରରେ ଲାଗିଲା ନିଆଁ, ନାକେଦମ ଅଗ୍ନିଶମ ବାହିନୀ

Published By: Deepak – Prameya-News7 Bureau | January 29, 2026 11:05 PM

NEWS7

Berhampur

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଛକ ନିକଟରେ ଏକ ଚଳନ୍ତା ଟ୍ରଲରରେ ନିଆଁ ଲାଗିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି । କନିସର ଦୁଇ ୟୁନିଟ ଏବଂ ବ୍ରହ୍ମପୁରର ଗୋଟିଏ ମୋଟ ତିନି ୟୁନିଟ ନିଆଁ ଲିଭାରେ ନିୟୋଜିତ ଥିଲେ।ନିଆଁ ଲିଭାଇବାକୁ ପାଖାପାଖି ଦେଢ଼ ଘଣ୍ଟା ସମୟ ଲାଗିଥିଲ।

ଟ୍ରଲରଟି କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ରଣ୍ଢା ନିକଟରେ ନିଆଁ ଲାଗିଥିଲା। ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କହିଛନ୍ତି ଅଗ୍ନିଶମ ବିଭାଗ। ଟ୍ରଲରର କିଛି ଅଂଶ ପୋଡି ନଷ୍ଟ ହୋଇଥିବା କୁହା ଯାଉଛି। ଖବର ପାଇ ଘଟଣା ସ୍ଥଳରେ ଗୋଳନ୍ଥରା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।

Scroll to Top