ଯାଉଥିଲେ ମିଟିଙ୍ଗ, ଓଲଟିଲା ଅଟୋ , ୪ ଅଙ୍ଗନୱାଡି କର୍ମୀ ଗୁରୁତର

ଯାଉଥିଲେ-ମିଟିଙ୍ଗ,-ଓଲଟିଲା-ଅଟୋ-,-୪-ଅଙ୍ଗନୱାଡି-କର୍ମୀ-ଗୁରୁତର

ବାଲିପାଟଣା: ଯାଉଥିଲେ ମିଟିଙ୍ଗ, ବାଟରେ ଓଲଟିଲା ଅଟୋ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳରେ ଏକ ଅଟୋ କାରକୁ ଓଭର ଟେକ କରିବାକୁ ଯାଇ ଦୁର୍ଘଟଣାର ସମ୍ମୁଖିନ ହୋଇ ରାସ୍ତାରେ ଓଲଟି ପଡ଼ିଛି । ଦୁର୍ଘଟଣାରେ ପରେ ଅଟୋରେ ସମସ୍ତ ୪ ଅଙ୍ଗନୱାଡି କର୍ମୀ ଚାପି ହୋଇଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକ ମହିଳା ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଥିଲେ । ସମସ୍ତ ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।

ବାଲିପାଟଣା ବ୍ଲକ ମହିଳା ଶିଶୁ ବିକାଶ ବିଭାଗର ନାରଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ଲକ ସ୍ତରୀୟ ପ୍ରୋଜେକ୍ଟ ମିଟିଂ ଥିଲା। ୪ଜଣ ଅଙ୍ଗବାଡ଼ି କର୍ମୀ ତୁରିନ୍ତିରା ସ୍ଥିତ ବୈଠକକୁ ଏକ ଅଟୋରେ ଆସୁଥିଲେ। ପୁବାଗଡ଼-ମହାବୀର ରାସ୍ତାରେ କର୍ମୀମାନଙ୍କୁ ଆଣି ଆସୁଥିବା ଅଟୋଟି କାରକୁ ଓଭର ଟେକ୍ କରିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୪ ଜଣ କର୍ମୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ।

ଦୁର୍ଘଟଣାରେ ନରୀଶୋ-୨ ସେଣ୍ଟର କର୍ମୀ ରିଙ୍କି ବେହେରା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ , ନାକ ଏବଂ ପାଟିରେ ଆଘାତ ଲାଗି ରକ୍ତସ୍ରାବ ହୋଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟ ଆହତମାନେ ହେଲେ ଭଅଁରାଗଡ଼ ସେଣ୍ଟର କର୍ମୀ କବିତା ପାତ୍ର, ନରିଶୋ ସେଣ୍ଟର କର୍ମୀ ବିନୋଦିନୀ ଷଡ଼ଙ୍ଗୀ, ଖଜୁରିଆପଡା ଅଙ୍ଗାବାଡ଼ି କେନ୍ଦ୍ରର କର୍ମୀ ମମତା ସାହୁ ।

Scroll to Top