ମନଇଚ୍ଛା ପାର୍କିଂ ଫି’ ନେଇଛନ୍ତି ଲିଜ୍‌ଧାରୀ, ଅଭିଯୋଗ ପରେ ଆକ୍ସନ ପାଇଁ କହିଲେ ବିଏମ୍‌ସି ମେୟର

ମନଇଚ୍ଛା-ପାର୍କିଂ-ଫି’-ନେଇଛନ୍ତି-ଲିଜ୍‌ଧାରୀ,-ଅଭିଯୋଗ-ପରେ-ଆକ୍ସନ-ପାଇଁ-କହିଲେ-ବିଏମ୍‌ସି-ମେୟର

ମନଇଚ୍ଛା ପାର୍କିଂ ଫି’ ନେଇଛନ୍ତି ଲିଜ୍‌ଧାରୀ, ଅଭିଯୋଗ ପରେ ଆକ୍ସନ ପାଇଁ କହିଲେ ବିଏମ୍‌ସି ମେୟର

Published By: Kirti – Prameya-News7 Bureau | January 29, 2026 03:32 PM

NEWS7

BMC Mayor

ଭୁବନେଶ୍ୱର ୨୯।୦୧ : ଖଣ୍ଡଗିରିରେ ପାର୍କିଂ ଫି ନେଇ ମୁଣ୍ଡ ଟେକିଲାଣି ବିବାଦ । ଖଣ୍ଡଗିରି ଯାତ୍ରା ପାର୍କିଂ ଫି ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଲିଜ୍ଧାରୀମାନେ ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ମହାକୁମ୍ଭରେ ଆରମ୍ଭ ହୋଇଯାଇଛି ପାର୍କିଂ ଲୁଟ୍। ବାଇକ୍ ପାଇଁ ଯେଉଁଠି ବିଏମ୍ସି ୧୦ ଟଙ୍କା ଧାର୍ଯ୍ୟ କରିଛି , ସେଠାରେ ଲିଜ୍ଧାରୀ ନେଉଛନ୍ତି ୫୦ ଟଙ୍କା । ବିଏମ୍ସି ଦ୍ବାରା ଚିହ୍ନିତ ୫ଟି ଜାଗାରେ ଦିନକୁ ଅତି କମ୍ରେ ୩ ହଜାର ବାଇକ୍ ପାର୍କିଂ ହେଉଛି। ଅର୍ଥାତ୍ ଦିନକୁ ଗାଡ଼ି ପିଛା ୪୦ ଟଙ୍କା ହିସାବରେ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନିଆଯାଉଛି। କାର୍ ପିଛା ୨୦ ଟଙ୍କା ଥିବା ବେଳେ ୧୦୦ରୁ ୨ଶହ ଟଙ୍କା ନିଆଯାଉଛି। ଯାହାକୁ ନେଇ ଯାତ୍ରା ପ୍ରେମୀ ଅସନ୍ତୋଷ ଜାହିର କରିଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଯାତ୍ରୀଙ୍କୁ ଶୋଷଣ କରୁଥିବା ଲିଜଧାରୀଙ୍କୁ ଖୋଜି ବାହାର କରିବା ସହ ସୋ କଜ୍ ନୋଟି ଜାରି କରାଯାଇଥିବା କହିଛନ୍ତି ମେୟର । ଯାତ୍ରୀମାନେ ଶୋଷଣର ଶିକାର ନ ହୁଅନ୍ତୁ। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଖଣ୍ଡଗିରି ମେଳାରେ ଏଭଳି ଶୋଷଣ କରୁଥିବା ଲିଜଧାରୀଙ୍କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର।

Scroll to Top