ଦୁଇ ଯୁବକ ହଠାତ୍ ଆସିଲେ, ବିଚ୍ ରାସ୍ତାରେ କଲେଜ ଛାତ୍ରୀଙ୍କୁ ମାଡ଼ ମାରିଲେ
Published By: Kirti – Prameya-News7 Bureau | January 29, 2026 01:25 PM
NEWS7
ଦିଗପହଣ୍ଡି ୨୯।୦୧ : କଲେଜ ଛାତ୍ରୀଙ୍କୁ ଯୁବକଙ୍କ ଆକ୍ରମଣ। କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ମାଡ଼ ମାରି ଦୁଇ ଯୁବକ ଫେରାର। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରି ମହାବିଦ୍ୟାଳୟରୁ ଏହି ଘଟଣା ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ, କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ହଠାତ୍ ଦୁଇ ଜଣ ଯୁବକ ଆସି ଆକ୍ରମଣ କରିଥିଲେ। ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମରେ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସେପଟେ ଆକ୍ରମଣ କରିଥିବା ଯୁବକ ଦୁଇ ଜଣ ଫେରାର ଥିବା ବେଳେ ଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।




