ଅସୀମ ମୁନୀରଙ୍କୁ ଭାରତର କଡ଼ା ଚେତାବନୀ: କୌଣସି ବଦମାସି କଲେ ପରିମାଣ ଖୁବ୍ ଯନ୍ତ୍ରଣାଦୟକ ହେବ

ଅସୀମ-ମୁନୀରଙ୍କୁ-ଭାରତର-କଡ଼ା-ଚେତାବନୀ:-କୌଣସି-ବଦମାସି-କଲେ-ପରିମାଣ-ଖୁବ୍-ଯନ୍ତ୍ରଣାଦୟକ-ହେବ

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ବାରମ୍ବାର ବୟାନ ଦେବା ପରେ ଗୁରୁବାର ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଆର୍ମି ମୁଖ୍ୟ ଅସିମ ମୁନୀରଙ୍କୁ କଡ଼ା ଜବାବ ଦିଆଯାଇଛି। ପାକିସ୍ତାନ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଭାରତ ବିରୋଧୀ ବୟାନବାଜୀର ବ୍ୟବହାର କରୁଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି “ କିଛି ଦିନ ହେଲା ପାକିସ୍ତାନୀ ନେତୃତ୍ୱ ବାରମ୍ବାର ଭାରତ ବିରୁଦ୍ଧରେ ବେପରୁଆ, ଯୁଦ୍ଧପ୍ରବଣ ଏବଂ ଘୃଣ୍ୟ ମନ୍ତବ୍ୟ ଦେଇ ଆସୁଥିବ ଆମେ ଦେଖୁଛ। ନିଜର ବିଫଳତାକୁ ଲୁଚାଇବା ପାଇଁ ବାରମ୍ବାର ଭାରତ ବିରୋଧୀ ବୟାନବାଜି କରିବା ପାକିସ୍ତାନର ଏକ ସବୁଦିନିଆ ନୀତି।”

ପାକିସ୍ତାନକୁ ଚେତାବନୀ ଦେଇ ସେ କହିଛନ୍ତି “ ଯେକୌଣସି ଦୁର୍ଘଟଣା ଘଟଣାଇବାକୁ ଚେଷ୍ଟା କଲେ ଏହାର ପରିଣାମ ନିକଟରେ ହୋଇଥିବା ଷ୍ଟ୍ରାଇକ୍ ପରି ଖୁବ୍ ଯନ୍ତ୍ରଣାଦାୟକ ହେବ।” ଅପରେସନ ସିନ୍ଦୂର କଥାକୁ ଇଙ୍ଗିତ କରି ଜୟସ୍ୱାଲ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। 

ନିକଟରେ ଆମେରିକା ଯାଇ ପାକିସ୍ତାନ ସେନା ମୁଖ୍ୟ ମୁନୀର ଭାରତକୁ ଧମକ ଦେଇଥିଲେ। ଯଦି ଭାରତ ପକ୍ଷରୁ କୌଣସି ଧମକ ଆସିଲା ତେବେ ପାକିସ୍ତାନ ଅଧା ଦୁନିଆକୁ ନେଇ ବୁଡ଼ିବ ବୋଲି ସେ ଧମକ ଦେଇଥିଲେ। ଯାହାକୁ କଡ଼ା ଭାଷାରେ ନିନ୍ଦା କରିଥିଲା ଭାରତ। ଏଭଳି ବୟାନ ସମ୍ପୂର୍ଣ୍ଣ ଦାୟିତ୍ୱହୀନ ବୋଲି କହିଥିଲା ଭାରତ। ଆମେରିକା ଭଳି ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରରୁ ମୁନୀର ଏଭଳି ଧମକ ଦେବା ବିଡ଼ମ୍ବନାର ବିଷୟ ବୋଲି ଭାରତ କହିଥିଲା। 

Scroll to Top