କର୍ତ୍ତବ୍ୟରେ କରୁଥିଲେ ଅବହେଳା, ଆଠଗଡ ସବ୍ ଇନ୍ସପେକ୍ଟର ସମ୍ଭୁତି ପଣ୍ଡା ନିଲମ୍ବିତ
Published By: Ruby – Prameya-News7 Bureau | January 29, 2026 01:25 PM
NEWS7
ଆଠଗଡ଼ ୨୯।୧: କର୍ତ୍ତବ୍ୟରେ ଅବହେଳା ପାଇଁ ଆଠଗଡ ଥାନାର ସବ୍-ଇନ୍ସପେକ୍ଟର ସମ୍ଭୁତି ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ତାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ କଟକ ଗ୍ରାମାଞ୍ଚଳ ଏ ।
ସୂଚନାଯୋଗ୍ୟ ଯେ, ଏସ୍ଆଇ ସମ୍ଭୁତି ପଣ୍ଡା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ କିଛି ଦିନ ତଳେ ଆଠଗଡ଼ ଥାନା ଆଇଆଇସି ସୁମନ୍ତି ମହାନ୍ତି କଟକ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ନେଇ ଏସଡିପିଓ ବିଶ୍ଵଜିତ ମହାନ୍ତି ସୂଚନା ଦେଇଥିଲେ । ଉକ୍ତ ଅଭିଯୋଗ ଉପରେ ବିଚାର କରି ଗ୍ରାମାଞ୍ଚଳ ଏସ୍ପି ବିନିତ୍ ଅଗ୍ରୱାଲ ସମ୍ଭୁତି ପଣ୍ଡାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି ।




