ବିଧବା ମହିଳାଙ୍କ ଭାଙ୍ଗିଲା ହାତ, ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ; ଶାଶୁଘର ଲୋକ ଆକ୍ରମଣ କରିଥିବା ଅଭିଯୋଗ

ବିଧବା-ମହିଳାଙ୍କ-ଭାଙ୍ଗିଲା-ହାତ,-ଶରୀରର-ବିଭିନ୍ନ-ସ୍ଥାନରେ-କ୍ଷତ-;-ଶାଶୁଘର-ଲୋକ-ଆକ୍ରମଣ-କରିଥିବା-ଅଭିଯୋଗ

ବିଧବା ମହିଳାଙ୍କ ଭାଙ୍ଗିଲା ହାତ, ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ; ଶାଶୁଘର ଲୋକ ଆକ୍ରମଣ କରିଥିବା ଅଭିଯୋଗ

Published By: Ruby – Prameya-News7 Bureau | January 29, 2026 12:36 PM

NEWS7

Salipur

ସାଲେପୁର ୨୯।୧: ବିଧବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଶାଶୁଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଧବା ମହିଳା ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କଟକ ଜିଲ୍ଲା ସାଲେପୁର ଥାନା ରସୁଲପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ଗୁରୁତର ବିଧବା ମହିଳା ଜଣକ ରସୁଲପୁର ଗ୍ରାମର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ୨ ବର୍ଷର ଶିଶୁପୁତ୍ରକୁ ଧରି ଏକୁଟିଆ ଶାଶୁଘରେ ରୁହନ୍ତି । ଶାଶୁ, ଶଶୁର, ଦେଢଶୁର ଓ ତାଙ୍କ ସମ୍ପର୍କୀୟ ମିଶି ବାରମ୍ବାର ତାଙ୍କୁ ଆକ୍ରମଣ କରୁଥିବା ବେଳେ ବୁଧବାର ରତିରେ ଦେଢଶୁର, ସମ୍ପର୍କୀୟ ମିଶି ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି । ଆକ୍ରମଣରେ ମହିଳାଙ୍କ ହାତ ଭାଙ୍ଗିଯାଇଥିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ମହିଳାଙ୍କ ବଡ଼ ଭଉଣୀ ଅଟକାଇବାକୁ ଯାଇଥିବା ବେଳେ ସେ ମଧ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏ ନେଇ ସାଲେପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Scroll to Top