ପାକିସ୍ତାନକୁ ଚିଡ଼େଇଲା ଆଇସଲ୍ୟାଣ୍ଡ୍, ‘ଶୀଘ୍ର ନିଷ୍ପତ୍ତି ନିଅ ନହେଲେ ଆମେ ବିଶ୍ୱକପ୍ ଖେଳିବାକୁ ବାହାରିବୁ’

ପାକିସ୍ତାନକୁ-ଚିଡ଼େଇଲା-ଆଇସଲ୍ୟାଣ୍ଡ୍,-‘ଶୀଘ୍ର-ନିଷ୍ପତ୍ତି-ନିଅ-ନହେଲେ-ଆମେ-ବିଶ୍ୱକପ୍-ଖେଳିବାକୁ-ବାହାରିବୁ’

ନୂଆଦିଲ୍ଲୀ,|୧: ଟି୨୦ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛି । କେଉଁ ଖେଳାଳି ବଡ ଟୁର୍ଣ୍ଣାମେଣ୍ଟରେ ଖେଳିବେ ତାହାର ତାଲିକା ଆସିଛି । କିନ୍ତୁ ପାକିସ୍ତାନୀ କ୍ରିକେଟ୍ ଟିମ୍ ବିଶ୍ୱକପ୍ ଖେଳିବ ନା ନାହିଁ ତାହା ନେଇ ସସପେନ୍ସ୍ ଲାଗି ରହିଛି । ସେଠାକାର ସରକାରଙ୍କ ଶେଷ ନିଷ୍ପତ୍ତିକୁ ଅପେକ୍ଷା କରିଛି ପିସିବି । ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବ ବୋଲି ଧମକ ଦେଉଛି । ଯଦି ପାକିସ୍ତାନ ଓହରେ ତେବେ ଆଇସଲ୍ୟାଣ୍ଡ୍ ବିକଳ୍ପ ଟିମ୍ ଭାବେ ଖେଳିପାରେ । ଏସବୁ ଭିତରେ ଆଇସଲ୍ୟାଣ୍ଡ କ୍ରିକେଟ୍ ଟିମ୍ ପାକିସ୍ତାନକୁ କଟାକ୍ଷ କରିଛି ।

ଗତ କିଛି ଦିନ ଧରି ପାକିସ୍ତାନର ଉତ୍ପାତ ବଢିବାରେ ଲାଗିଛି । ଆଇସିସିକୁ ବ୍ଲାକମେଲିଂ କରୁଛି । ବିଶ୍ୱକପ୍ ରୁ ଓହରିବାକୁ କହୁଛି । ଆଇସିସି ମଧ୍ୟ ଚେତାବନୀ ଦେଇଛି । ଯଦି ଶେଷ ମୁହୂର୍ତ୍ତରେ ଟୁର୍ଣ୍ଣାମେଣ୍ଟରୁ ଦଳ ବାହାରେ ତେବେ କଟକଣା ଲଗାଯିବ ବୋଲି ଆଇସିସି କହି ସାରିଛି । ଏସବୁ ଭିତରେ ଶେଷ ନିଷ୍ପତ୍ତି ଇସଲାମାବାଦ ନେବ ।

We really need Pakistan to decide soon upon their participation in the T20 WC.

We are ready to take off as soon as they pull out on 2nd Feb, but the flight schedule is a logistical nightmare to get us to Colombo in good time for 7th Feb.

Our opening bat is an insomniac! pic.twitter.com/2hJSpMn0Cx

— Iceland Cricket (@icelandcricket) January 28, 2026

ତେବେ ପାକିସ୍ତାନ କ୍ରିକେଟର ବୋର୍ଡର ସସପେନ୍ସ ମଧ୍ୟରେ ଆଇସଲ୍ୟାଣ୍ଡ୍ କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି । ଆଇସଲ୍ୟାଣ୍ଡ କହିଛି ଯେ, ସେମାନେ ପାକିସ୍ତାନ ବଦଳରେ ଖେଳିବାକୁ ରାଜି ଅଛନ୍ତି ।୨୦୦୯ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା । ଏଥର ସେ ନଖେଳିଲେ ଆଇସଲ୍ୟାଣ୍ଡ ଜାଗା ନେବାକୁ ପ୍ରସ୍ତୁତ ଅଛି ।

​​​​​​​ଆଇସଲ୍ୟାଣ୍ଡ କ୍ରିକେଟ୍ କହିଛି ଯେ, ପାକିସ୍ତାନ ଶୀଘ୍ର ନିଷ୍ପତ୍ତି ନେଉ । ଫେବ୍ରୁଆରୀଭିତରେ ସେମାନେଶ୍ରୀଲଙ୍କାଆସିବାକୁ ଯୋଜନା କରୁଛନ୍ତି । ଫେବ୍ରୁଆରୀରେ କଲୋମ୍ବୋରେ ନିଜ ଦଳକୁ ଦେଖିବା ପାଇଁ ଦେଶବାସୀ ଉତ୍ସୁକ ରହିଛନ୍ତି । ଏହାସହ ସୋସିଆଲ ମିଡିଆ ପୋଷ୍ଟରେ ଆଇସଲ୍ୟାଣ୍ଡରୁ କଲୋମ୍ବୋକୁ ଉଡୁଥିବା କିଛି ବିମାନର ସମୟ ଏବଂ ପ୍ରାଇସ୍ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ପିସିବି ମୁଖ୍ୟ ଲଗତାର ଭାବେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଖୁବ୍ ଶୀଘ୍ର ଆଇସିସିକୁ ଚୂଡାନ୍ତ ନିଷ୍ପତ୍ତି ଜଣାଇଦିଆଯିବ । ବାଂଲାଦେଶ ଓହରିବା ପରେ ତାକୁ ସମର୍ଥନ ଜଣାଇ ପାକିସ୍ତାନ ମଧ୍ୟ ବାହାନା କରୁଛି । ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡ୍ ଟି୨୦ବିଶ୍ୱକପ୍ ଖେଳିବ । ସେହିପରି ପାକିସ୍ତାନ ମନା କଲେ ଆଇସଲ୍ୟାଣ୍ଡ୍ କିମ୍ବା ଅନ୍ୟ କେଉଁ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରନ୍ତି ।

Scroll to Top