ବଲାଙ୍ଗିରରେ ୮ ନୁହେଁ ୧୨ ଘଣ୍ଟା ହରତାଳ, ସପିଂ ମଲ୍ରେ ପଶି ହଙ୍ଗାମା କଲେ ଚାଷୀ ନେତା
Published By: Ruby – Prameya-News7 Bureau | January 28, 2026 12:57 PM
NEWS7
ବଲାଙ୍ଗିର ୨୮।୧: ସମଗ୍ର ଓଡ଼ିଶାରେ ଚାଷୀ ସଙ୍ଗଠନ ବନ୍ଦ ଡାକରା ଦେଇଥିବା ବେଳେ ବଲାଙ୍ଗିରରେ ଏହାର ଜୋରଦାର ପ୍ରଭାବ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୮ ଘଣ୍ଟା ବନ୍ଦ ପାଳନ କରାଯାଉଥିବା ବେଳେ ବଲାଙ୍ଗିରରେ କିନ୍ତୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏନେଇ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଇଛନ୍ତି ଚାଷୀ ନେତା ।
ଏହି ସମୟରେ ବଲାଙ୍ଗିରର ଏକ ସପିଂ ମଲ୍ରେ ଚାଷୀ ନେତା ଓ ଚାଷୀ ମାନେ ପଶି ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । କାହିଁକି ପୂର୍ବ ସୂଚନା ପରେ ମଧ୍ୟ ସପିଂ ମଲ୍ ବନ୍ଦ କରି ନାହାନ୍ତି ବୋଲି ପ୍ରଶ୍ନ କରି ବିଭିନ୍ନ ସାମଗ୍ରୀ ଫୋପଡ଼ା ଫିଙ୍ଗା କରିଥିଲେ । ଏହାସହ ସପିଂ ମଲ୍ ଭିତରୁ ସମସ୍ତଙ୍କୁ ବାହାରକୁ ଘଉଡ଼ାଇ ଦେଇଥିଲେ । ଶେଷରେ ବାଧ୍ୟ ହୋଇ ସପିଂ ମଲ୍ ମ୍ୟାନେଜର ଷ୍ଟୋରଟି ବନ୍ଦ କରିଦେଇଥିଲେ ।
ବିଭିନ୍ନ ଦାବି ନେଇ ଓଡ଼ିଶା ବନ୍ଦ ପାଳନ କରୁଛି ମିଳିତ କୃଷକ ମଞ୍ଚ । ଏଥିରେ ୭ରୁ ଅଧିକ କୃଷକ ସଂଗଠନ ସହ ଅନ୍ୟ ସଙ୍ଗଠନ ସାମିଲ ହୋଇଛନ୍ତି ।




