ନୂଆଦିଲ୍ଲୀ ୨୮।୦୧ : ସହର ଆଗ୍ରା । ଯାହାକୁ ଆମେ ସମସ୍ତେ ପ୍ରେମର ପ୍ରତୀକ ଥିବା ଏକ ସହର ବୋଲି ଭାବିଥାଉ । କିନ୍ତୁ ସେହି ଆଗ୍ରାରୁ ଆସିଛି ଏକ ଛାତିଥରା ହତ୍ୟାକାଣ୍ଡ । ଯାହାକି ପୁରା ଦେଶରେ ହଇଚଇ ସୃଷ୍ଟି କରିଦେଇଛି । ପ୍ରଥମେ ସନ୍ଦେହୀ ବୟଫ୍ରେଣ୍ଡ ଜଣଙ୍କ ନିଜ ପ୍ରେମିକାର ଗଳା କାଟି ହତ୍ୟା କରିଥିଲା। ପ୍ରେମିକା ଚରିତ୍ରକୁ ସନ୍ଦେହ କରି ମାରିଦେଲା । ପରେ ପୋଲିସ ଠାରୁ ବର୍ତ୍ତିବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ।
ଯମୁନା ଅଞ୍ଚଳରେ ଥିବା ଏକ ଅଫିସରେ ଏଚ୍ଆର୍ ଭାବେ କାମ କରୁଥିଲେ ମିନ୍ସୀ । ସେହି ଅଫିସରେ ବିନୟ ସିଂହ ରାଜପୁତ ନାମକ ଜଣେ ଯୁବକ କାମ କରୁଥିଲେ । ୨୪ ତାରିଖରେ ନିକଟ ରାମବାଗ ବ୍ରିଜ୍ ନିକଟରୁ ଏକ ମୃତଦେହ ମିଳିଥିଲା । ଏହାପରେ ପୋଲିସ ମୃତଦେହକୁ ଦବତ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ସେପଟେ ପୋଲିସ ଏହି ଘଟଣାରେ ଟିମ୍ ଗଠନ କରି ଆରମ୍ଭ କରିଥିଲା ତଦନ୍ତ । ମୃତଦେହକୁ ଅନେକ ଖଣ୍ଡ କରାଯାଇଥିଲା । ମୁଣ୍ଡ –ଗଣ୍ଡି ଅଲଗା ହୋଇଥିଲା । ଏପିରିକି ଦେହରେ କୌଣସି କପଡ଼ା ବି ନଥିଲା । ଯାହାକୁ ନେଇ ଶବ ଚିହ୍ନଟରେ ଅସୁବିଧା ହୋଇଥିଲା । ହେଲେ ମୃତକଙ୍କ ନଖରେ ଲାଗିଥିବା ନେଲ୍ପଲିସିକୁ ଆଧାର କରି ଯାଞ୍ଚ କରିଥିଲା । ଏହି ଯାଞ୍ଚରେ ପୋଲିସ ମିଳିଥିଲା ସଫଳତା । ନେଲ୍ପଲିସି ଲଗାଇଥିବା ଯୁବତୀଙ୍କ ନାମ ମେନ୍ସି । ଏହାପରେ ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ମେନ୍ସିଙ୍କର ସମସ୍ତ ନେଲ୍ପଲିସି ଆଣିବାକୁ କହିଥିଲା । ଏଥିରୁ ହିଁ ପୋଲିସକୁ ବଡ଼ ସୁରାକ ମିଳିଥିଲା ।
ସେପଟେ ପୋଲିସ ବିନୟକୁ ସନ୍ଦେହକୁ ଜେରା କରିଥିଲା । ଆଉ ଏହି ଜେରାରେ ବିନୟ ସବୁ ସତ ପୋଲିସ ଆଗରେ ମାନିଥିଲା । ବିନୟ କହିବା ମୁତାବିକ, ଗତ ଦୁଇ ବର୍ଷ ଧରି ମେନ୍ସି ଓ ସେ ପ୍ରେମ ସଂପର୍କରେ ଥିଲେ । ହେଲେ ମେନ୍ସି ଅଫିସରେ ଅନ୍ୟ ପୁରୁଷଙ୍କ ସହିତ ଲଗାତର ଭାବେ କଥା ହେଉଥିଲେ । ଯାହାକି ତାଙ୍କୁ ମୋତ ଭଲ ଲାଗିନଥିଲା । ଶେଷରେ ଗୋଟେ ଦିନ ସେ ମେନ୍ସିଙ୍କୁ ଫୋନ୍ କରି ଭାଇଙ୍କ ବିବାହ ନିମନ୍ତେ ସପିଂ କରିବାକୁ କହିଥିଲେ । ମେନ୍ସି ଫୋନ୍ ଶୁଣି ଅଫିସ ଆସିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହୋଇଥିଲା । ଏଥିରେ ବିନୟ ରାଗି ଯାଇ ମେନ୍ସିକୁ ବେକକୁ କାଟି ହତ୍ୟା କରିଥିଲେ । ହତ୍ୟା ପରେ ମୃତଦେହକୁ କେଉଁ ଜାଗାରେ ଫିଙ୍ଗିବା ନେଇ ପ୍ଲାନିଂ କରିଥିଲା ବିନୟ । ହେଲେ ମୃତଦେହ କାଳେ ଚିହ୍ନଟ ହୋଇଯିବ, ସେହି ଭୟରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଦେଇଥିଲା । ପଥରରେ ମୁଣ୍ଡକୁ ଛେଚି ଦେଇଥିଲା । ଏହାପରେ ଖଣ୍ଡ ଖଣ୍ଡ ମୃତଦେହକୁ ଯମୁନା ନଦୀରେ ଫିଙ୍ଗିବାକୁ ପ୍ଲାନ କରିଥିଲା । ମେନ୍ସିର ସ୍କୁଟିରେ ସମସ୍ତ ମୃତଦେହକୁ ନେଇ ବିନୟ ଯାଉଥିଲା । ଏହି ସମୟରେ ରାମବାଗ ବ୍ରିଜ୍ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଗାଡ଼ିରେ ଥିବା ସମସ୍ତ ମୃତଦେହ ବ୍ରିଜ୍ ନିକଟରେ ପଡିଯାଇଥିଲା । ପରେ କୌଶଳକ୍ରମେ ବିନୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିଛି ଲୋକ ମୃତଦେହକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ବିନୟକୁ ଗିରଫ କରିଛି ।




