‘ଅପରେସନ ସିନ୍ଦୂରରେ ବିଶ୍ୱ ଦେଖିଲା ଭାରତର ସାହସ’, ସରକାରଙ୍କ ସଫଳତା ବଖାଣିଲେ ରାଷ୍ଟ୍ରପତି

‘ଅପରେସନ-ସିନ୍ଦୂରରେ-ବିଶ୍ୱ-ଦେଖିଲା-ଭାରତର-ସାହସ’,-ସରକାରଙ୍କ-ସଫଳତା-ବଖାଣିଲେ-ରାଷ୍ଟ୍ରପତି

ନୂଆଦିଲ୍ଲୀ ୨୮/୦୧: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ଅବସରରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ । କହିଥିଲେ ଯେ ଗତ ବର୍ଷଟି ଭାରତର ଦ୍ରୁତ ପ୍ରଗତି ଓ ଐତିହ୍ୟର ଉତ୍ସବ ଭାବରେ ସ୍ମରଣୀୟ ହୋଇରହିଛି ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ସରକାର ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧ । ବନ୍ଦେ ମାତରମ ୧୫୦ ବର୍ଷ ପୂରଣ କରିଛି । ସଂସଦରେ ଏନେଇ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ଗତ ୧୦/୧୧ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ସଫଳତା ପାଇଛି । ମୋ ସରକାର ସାମାଜିକ ଶକ୍ତି ପାଇଁ ସମର୍ପିତ । ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି ।

​​​​​​​

#WATCH | Budget session | President Droupadi Murmu says, “In line with the policies of my Government, security forces have taken decisive action against Maoist terror. For years, there was fear and distrust in 126 districts of the country. Maoist ideology pushed the future of… pic.twitter.com/cJVGjbeoGy

— ANI (@ANI) January 28, 2026

୨୫ କୋଟି ଲୋକଙ୍କୁ ଗରିବୀରୁ ଉପରକୁ ଉଠାଇଛୁ । ସାଢ଼େ ୧୨ କୋଟି ଲୋକଙ୍କୁ ପାଇପ୍ ଯୋଗେ ପାଣି ଦେଇଛୁ । ଆୟୁଷ୍ମାନ ଭାରତରେ ଗତବର୍ଷ ଅଢ଼େଇ କୋଟି ଲୋକଙ୍କୁ ମାଗଣା ଚିକିତ୍ସା । ବୟୋ ବନ୍ଦନାରେ ୮ ଲକ୍ଷ ବରିଷ୍ଠ ନାଗରିକଙ୍କୁ ମାଗଣା ଚିକିତ୍ସା ମିଳିଛି । ମାଛ ଉତ୍ପାଦନରେ ବିଶ୍ବର ଦ୍ବିତୀୟ ସ୍ଥାନରେ ଭାରତ ।

ମୋ ସରକାର ଦୁର୍ନୀତିମୁକ୍ତ, ପ୍ରତିଟି ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି । ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍, ରେଲୱେ ପାଇଁ ନୂଆ ଯୁଗ । EU ସହ ଚୁକ୍ତି ଐତିହାସିକ ପଦକ୍ଷେପ- ରାଷ୍ଟ୍ରପତି । ଏହାଦ୍ବାରା ନିର୍ମାଣ ଓ ସେବା କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବ । GSTରେ ସଂସ୍କାର ଯୋଗୁଁ ଲୋକଙ୍କ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି । ଏହାଦ୍ବାରା ଅର୍ଥ ବ୍ୟବସ୍ଥାରେ ଭାରତକୁ ନୂଆ ଗତି ମିଳିଛି ।

​​​​​​​ସେ ଆହୁରି କହିଛନ୍ତି ଆଉ ଦିନ ଦୂର ନୁହେଁ, ଆତଙ୍କବାଦ ସମାପ୍ତ ହେବ । ଆତଙ୍କବାଦର ମୂଳୋତ୍ପାଟନ ନେଇ ରାଷ୍ଟ୍ରପତିଙ୍କ ଦୃଢ଼ୋକ୍ତି । ଅପରେସନ ସିନ୍ଦୂରରେ ଭାରତୀୟ ସେନା ନିଜ ଶୌର୍ଯ୍ୟ ଦେଖାଇଲା । ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କଲେ ଭାରତୀୟ ଯବାନ । ଆଉ ଦିନ ଦୂର ନୁହେଁ, ଆତଙ୍କବାଦ ସମାପ୍ତ ହେବ । ନକ୍ସଲ ବି ସମାପ୍ତ ହେବାକୁ ଯାଉଛି, ଏବେ କେବଳ ୮ ଜିଲ୍ଲାରେ ସୀମିତ । ୨ ହଜାରରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ବୋଲି ରାଷ୍ଟ୍ରପତି ଦମ୍ଭୋକ୍ତି ଦେଖାଇଛନ୍ତି ।

Scroll to Top