ଟାଇମ୍ସ ଗୁରୁକୁଳ ପ୍ରାଙ୍ଗଣରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
Published By: Kirti – Prameya-News7 Bureau | January 28, 2026 08:07 AM
NEWS7
ଭୁବନେଶ୍ୱର ୨୮।୦୧ : ଟାଇମ୍ସ ଗୁରୁକୁଳ ପ୍ରାଙ୍ଗଣରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ । ଭୁବନେଶ୍ୱରରେ ଥିବା ଶିକ୍ଷାଅନୁଷ୍ଠାନମାନଙ୍କ ମଧ୍ୟ ମଧ୍ୟରେ ଅନ୍ୟତମ ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ଟାଇମ୍ସ ଗୁରୁକୁଳ ପ୍ରାଙ୍ଗଣରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି | ଏଥିରେ ମୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା, ସମ୍ମାନନୀୟ ଅତିଖି ଭାବରେ ଓଡ଼ିଶା ସବ ଟେନିସ ବଲ ଆସୋସିସୋସିଏସନର ସେକ୍ରେଟାରୀ ଶ୍ରୀଯୁକ୍ତ ଏମ୍ଡି ଆଜମ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ଏହାସହିତ ଛାତ୍ରଛାତ୍ରୀମାନମାନଙ୍କ ଦ୍ବାରା ପରିବେଶଣ ହୋଇଥିବା ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡ଼ରେ ସ୍କୁଲର ସ୍କାଉଟଗାଇଡି, NCC ଏବଂ ବିଭିନ୍ନ ହାଉସର ଛାତ୍ରଛାତ୍ରୀମା ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହାପରେ ପିଲାମାନଙ୍କଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାଦ୍ଵାରା ସ୍କୁଲ ପରିବେଶ ଉତ୍ସବ ମୁଖରିତ ହୋଇଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା




