ଅଜିତ ପାଓ୍ବାରଙ୍କ ବିୟୋଗରେ ଓଡ଼ିଶା ସିଏମ୍ଙ୍କ ଶୋକ, ‘ଏକ୍ସ’ରେ କଲେ ଭାବବିହ୍ବଳ ପୋଷ୍ଟ
Published By: Ruby – Prameya-News7 Bureau | January 28, 2026 11:41 AM
NEWS7
ଭୁବନେଶ୍ବର ୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଜିତ ପାଓ୍ବାରଙ୍କର ଏକ ଫଟୋ ସେୟାର କରି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ଏକ୍ସ’ରେ ଅଜିତ ପାଓ୍ବାରଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ । ଅଜିତ ପାୱାର ଜଣେ ପ୍ରତିଷ୍ଠିତ ରାଜନେତା ଏବଂ ଜଣେ ଉତ୍ସର୍ଗୀକୃତ ଜନସେବକ ଥିଲେ । ଏହି ଗଭୀର ଦୁଃଖର ମୁହୂର୍ତ୍ତରେ, ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର, ସହକର୍ମୀ ଏବଂ ମହାରାଷ୍ଟ୍ର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ବ୍ୟକ୍ତ କରୁଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦିବଂଗତ ଆତ୍ମାକୁ ତାଙ୍କ ପାଦତଳେ ସ୍ଥାନ ଦିଅନ୍ତୁ ତଥା ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ।
विमान दुर्घटना में महाराष्ट्र के उपमुख्यमंत्री श्री अजित पवार जी के असामयिक निधन का समाचार अत्यंत दुःखद एवं मर्माहत करने वाला है।
श्री पवार जी एक प्रखर राजनेता तथा समर्पित जनसेवक थे।
इस गहन शोक की घड़ी में शोकसंतप्त परिजनों, सहयोगियों एवं महाराष्ट्र की जनता के प्रति अपनी… pic.twitter.com/I6ToFtA3Gc— Mohan Charan Majhi (@MohanMOdisha) January 28, 2026




