ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ, ନିର୍ବାଚନ ପ୍ରଚାର ପାଲଟିଲା ଶେଷ ଯାତ୍ରା

ବିମାନ-ଦୁର୍ଘଟଣାରେ-ଅଜିତ-ପାୱାରଙ୍କ-ଦେହାନ୍ତ,-ନିର୍ବାଚନ-ପ୍ରଚାର-ପାଲଟିଲା-ଶେଷ-ଯାତ୍ରା

ମୁମ୍ୱାଇ ୨୮/୦୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା । ଅଜିତ ପାୱାରଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା । ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଅଜିତ ପାୱାରଙ୍କ ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାର ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କର ମତ୍ୟୁ ହୋଇଛି । ପାଓ୍ୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

#UPDATE | Crash landing in Baramati | Ajit Pawar, Deputy CM of Maharashtra, was onboard along with 2 more personnel (1 PSO and 1 attendant) and 2 crew (PIC+FO) members. As per initial information, no person on board has survived the crash: DGCA (Directorate General of Civil… pic.twitter.com/M8yEunTpyB

— ANI (@ANI) January 28, 2026

ଅଜିତ ପାଓ୍ୱାର, ଦୁଇ ଜଣ ପିଏସ୍ଓ, ୨ ଜଣ କ୍ରିୟୁ ସଦସ୍ୟ ଥିଲେ। ସେମାନଙ୍କର ବି ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣା ସମଗ୍ର ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି । ରାଜନୈତିକ ମହଲରେ ଏକ ବିରାଟ ହଇଚଇ ସୃଷ୍ଟି କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଉଥିଲେ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା । କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା।

ଏହା ଯୋଗୁଁ ପାଇଲଟ୍ ନିୟନ୍ତ୍ରଣ ହରାଇବସିଥିଲେ । ଦୁର୍ଘଟଣାଟି ଭୟଙ୍କର ଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରଚୁର ପରିମାଣରେ ଧୂଆଁ ବ୍ୟାପିଯାଇଥିଲା। ତାଙ୍କ ବିମାନଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅଜିତ ପାୱାର ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ତାଙ୍କ ସହିତ ଥିବା କିଛି କର୍ମଚାରୀ ଏବଂ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Scroll to Top