ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦ୍‌ବେଗ, ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ରତ୍ନଭଣ୍ଡାର-ଚାବି-ହଜିବା-ପ୍ରସଙ୍ଗରେ-ହାଇକୋର୍ଟଙ୍କ-ଉଦ୍‌ବେଗ,-ଆଭିମୁଖ୍ୟ-ସ୍ପଷ୍ଟ-କରିବାକୁ-ରାଜ୍ୟ-ସରକାରଙ୍କୁ-ନିର୍ଦ୍ଦେଶ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦ୍‌ବେଗ, ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

Published By: Ruby – Prameya-News7 Bureau | January 27, 2026 06:17 PM

NEWS7

High Court

କଟକ ୨୭।୧: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ପୂର୍ବବତ ଅଛି ନା ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ଲୋଡିଛନ୍ତି ମାମଲାର ଆବେଦନକାରୀ । ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ତେବେ, ରତ୍ନ ଗଣତି ମଣତି ପାଇଁ ଏସ୍ଓପି ପ୍ରସ୍ତୁତ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଲେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି ।

୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେହି ମୁତାବକ ରତ୍ନ ଏବେ ରତ୍ନ ଭଣ୍ଡାରରେ ଅଛି କି ନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ଯାହା ଉପରେ ଆଗାମୀ ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ ।

Scroll to Top