ମଣ୍ଡିରେ ଘୋର ଅବ୍ୟବସ୍ଥା, ଅଖା ପାଇଁ ମିଲର ନେଉନି ଧାନ, ଚାଷୀ ଅସନ୍ତୋଷ
Published By: Deepak – Prameya-News7 Bureau | January 27, 2026 04:30 PM
NEWS7
ଚଣ୍ଡିଖୋଲ: ଧାନ ମଣ୍ଡିରେ ପଡ଼ି ରହିଛି ଧାନ, ଚିନ୍ତାରେ ଚାଷୀ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚାରିନଙ୍ଗଳ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବା ବେଳେ ଚାଷୀ ଜରି ଅଖାରେ ଧାନ ଆଣିଥିବା ବେଳେ ମିଲର ମଣ୍ଡିରୁ ଧାନ ନେଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଆଜି ଟୋକନ ପାଇଥିବା ଚାଷୀ ମାନେ ଜରି ଅଖାରେ ଧାନ ମଣ୍ଡିକୁ ଆଣିଥିଲେ। ଝୋଟ ଅଖାରେ ଧାନ ନେବାକୁ ମିଲର କହୁଥିବା ବେଳେ ଜରି ଅଖା ଯୋଗୁ ଧାନ ନିଆଯାଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କଟନି ଛଟନି କରାଯାଉ ଥିବା ଚାଷୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ମଣ୍ଡିରେ ଧାନ ପଡ଼ି ରହିଛି।
ଚାଷୀଙ୍କ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ଅନ୍ୟପଟେ ମଣ୍ଡିରେ ନିଯୁକ୍ତ ଥିବା ନୋଡାଲ ଅଫିସର କହିଛନ୍ତି ଏ ସମସ୍ୟାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନିଆଯିବ।




