ଅପରେସନ ସିନ୍ଦୂରର ଯବାନଙ୍କୁ ବଡ଼ ସମ୍ମାନ, ବୀର ଚକ୍ରରେ ହେବେ ସମ୍ମାନିତ
Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସାମିଲ ବୀର ଯବାନଙ୍କୁ କରାଯିବ ବଡ଼ ସମ୍ମାନରେ ସମ୍ମାନିତ। ଅପରେସନ ସିନ୍ଦୂରରେ ସାମିଲ ଭାରତୀୟ ବାୟୁ ସେନାର ୯ ଅଧିକାରୀଙ୍କୁ ବୀର ଚକ୍ରରେ ସମ୍ମାନିତ କରିବେ ଭାରତ ସରକାର ।
ସୂଚନାଥାଉକି, ବୀର ଚକ୍ର ଭାରତରେ ତୃତୀୟ ସବୁଠୁ ବଡ଼ ସାମରିକ ପୁରସ୍କାର। ଏହା ସ୍ଥଳ, ଜଳ ଏବଂ ଆକାଶରେ ଶତ୍ରୁଙ୍କ ବିରୋଧରେ ଅସାଧାରଣ ପ୍ରତିଭା ପ୍ରଦର୍ଶନ ପାଇଁ ଦିଆଯାଇଥାଏ।
ଭାରତୀୟ ସଶସ୍ତ୍ର ବଳ ଗତ ମେ ମାସରେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଡର୍ଜନରୁ ଅଧିକ ଆତଙ୍କବାଦୀ ଠିକଣାକୁ ଧ୍ବଂସ କରିଥିଲା। ଏହି ସମୟରେ ଭାରତୀୟ ଏୟାରଫୋର୍ସର ଏହି ଅଧିକାରୀ ଆତଙ୍କୀଙ୍କ ଗଡ଼ କୁହାଯାଉଥିବା ମୁରଦିକେ ଏବଂ ବହାବଲପୁର ଭଳି ଆତଙ୍କୀ ହେଡକ୍ବାର୍ଟରକୁ ମଧ୍ୟ ନଷ୍ଟ କରିଥିଲା। ଏବେ ସରକାର ଏହି ଅପରେସନର ଅଂଶ ରହିଥିବା ଲଢ଼ୁଆ ପାଇଲଟଙ୍କ ସହ ୯ ଯବାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ।
ସମ୍ବନ୍ଧିତ ଖବର







